ଗଜପତି ଜିଲ୍ଲାରେ ବ୍ୟାପୁଛି ଭୂତାଣୁଜନିତ ଚର୍ମବିଣ୍ଡି ରୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ଜିଲ୍ଲା ଡେଉଁଛି ଭୂତାଣୁଜନିତ ଚର୍ମବିଣ୍ଡି ରୋଗ(lumpy skin infection) । ଏବେ ଗଜପତିରେ ଏହି ରୋଗ ବ୍ୟାପିବାରେ ଲାଗିଛି। ଫଳରେ ଏହାକୁ ନେଇ ଗୋପାଳକମାନେ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 80ଟି ଗାଈଗୋରୁଙ୍କ ଦେହରେ ଏହି ରୋଗ ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି । ତେବେ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ କହିଛନ୍ତି । ଗାଈଗୋରୁଙ୍କ ପାଇଁ ଏବେ ବିପଦ ସାଜିଛି ଚର୍ମବିଣ୍ଡି ରୋଗ । ପୂର୍ବସାରିଥିବା ବେଳେ ଏବେ ଏହା ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଗୋଷାଣି, କାଶୀନଗର, ଆଦି ବିଭିନ୍ନ ବ୍ଲକରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ଗୋପାଳକମାନେ ଚିନ୍ତାରେ ପଡିଛନ୍ତି । ଏହି ରୋଗରେ ପୀଡିତ ଗାଇଗୋରୁଙ୍କ ଚମଡାରେ ଫଳି ଯାଉଥିବାବେଳେ ଗୋଡଗୁଡ଼ିକ ଫୁଲି ଯାଉଛି । ଏହାପରେ ଗାଈମାନେ କୌଣସି ଖାଦ୍ୟ ଗ୍ରହଣ କରୁନଥିବା ଯୋଗୁଁ ସେମାନେ ଅତ୍ୟନ୍ତ ଦୁର୍ବଳ ହୋଇପଡୁଛନ୍ତି । ଏପରିକି ଅନେକ ସମୟରେ ସେମାନଙ୍କ ମୃତ୍ୟୁ ମଧ୍ୟ ହେଉଛି । ହେଲେ ଉପଯୁକ୍ତ ଚିକିତ୍ସା ସେବା ମିଳୁନଥିବାରୁ ଗାଈମାନେ ସମସ୍ୟା ଭୋଗୁଛନ୍ତି । ପୂର୍ବରୁ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ଟୀକା ଦିଆଯାଇଥିଲା । ହେଲେ ସେହି ଟିକା କାମ କରୁନଥିବା ଗୋପାଳକମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ