ନିତ୍ୟାନନ୍ଦ ପାଠାଗାର ତରଫରୁ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ସନ୍ଧ୍ୟାରେ ନିତ୍ୟାନନ୍ଦ ପାଠାଗାର ତରଫରୁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ଯ ଅତିଥି ଭାବେ ଡ,ତିରୁପତିପାଣିଗାହୀ,ଚେୟାରମ୍ୟାନ,ହାଇଟେକ ଗୃପ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି,ତିରୁପତି ରାଓ ,ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ଶେଠୀ ଓ ଗୋଷାଣୀ ବ୍ଲକ ଚେୟାରମ୍ୟାନ ଏନ,ଭି, ରାଜୁ ମହୋଦୟ ଯୋଗ ଦେଇ ଥିଲେ।ମୁଖ୍ଯବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ ଚଂଦ୍ର ଜେନା ଯୋଗ ଦେଇ ସ୍ୱର୍ଗତ ନିତ୍ୟାନନ୍ଦ ବାବୁଙ୍କ ଅବଦାନ ସଂପର୍କରେ ବକ୍ତବ୍ଯ ରଖିଥିଲେ।ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ନିତ୍ୟାନନ୍ଦ ସ୍ମାରକୀ ପ୍ରତିଭା ସମ୍ମାନ ଗୁରୁ ଶ୍ରୀ ପଣ୍ଡିତ ରଘୁନାଥ ପାତ୍ରଙ୍କୁ ସମ୍ମାନିତ କରାଯାଇ ଥିଲା। ଶେଷରେ ପଦାମୃତ ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ଦ୍ବାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସଭାରେ ନିତ୍ୟାନନ୍ଦ ପାଠାଗାରର ସଭାପତି ଗୌରହରି ପଟନାୟକ ଓ ସଂପାଦକ ସୂର୍ଯ୍ୟନାରାୟଣ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହ ସଂପାଦକ ଗୁରୁ କୈଳାଶ ଚଂଦ୍ର ପଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଉପ ସଭାପତି ରବିନାରାୟଣ ଚୌଧୁରୀ ଧନ୍ୟବାଦ ଅର୍ପଣକରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଭୂବନେଶ୍ବର ପଟନାୟକ,ନୃସିଂହ ଚରଣ ପଟନାୟକ,ମଲ୍ଲିକାର୍ଜୁନ ପଟନାୟକଂକ ସହ ସଦସ୍ଯ ଲକ୍ଷ୍ମିକାନ୍ତ ପଟନାୟକ,ସଦାନନ୍ଦ ପଟନାୟକଙ୍କ ଓ ଅନ୍ଯାନ୍ଯ ବୁଦ୍ଧିଜୀବୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ