ଗଞ୍ଜେଇ ଦମନ ଅଭିଯାନ ;ରା.ଉଦୟଗିରିରେ ୧୨କୋଟି, ଅଡବାରେ୯କୋଟି୬୦ଲକ୍ଷ୍ୟ ଗଛ ନଷ୍ଟ

ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦଶ କ୍ରମେ ଏବେ ଆରମ୍ଭ ହଇଛି ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଏକ ଦମନ କାର୍ଯ୍ୟକ୍ରମ | ଏହା କୁ ନେଇ ଏକ ଟିମ ଗଠନ କରାଯାଇଛି; ଅବକାରୀ, ବନବିଭାଗ,ପୋଲିସ,ରାଜସ୍ୱ ବିଭାଗ ମିଳିତ ରେ ଜିଲ୍ଲା ରେ ଚାଲିଥିବା ବେଆଇନ ଗଞ୍ଜେଇ ଗଛ ଚାଷ କୁ ନଷ୍ଟ କରିବା ପାଇଁ ପ୍ରୟାସ | ଗତ କାଲି ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ,ଏସ୍ଡିପିଓ ଦିଲିପ କୁମାର ନାୟକ, ନୂଆଗୋଡ଼ ଅତିରିକ୍ତ ତସିଲଦାର ଆଶିଷ ପ୍ରଧାନ ଓ ଅବକାରୀ ବିଭାଗ ମିଳିତରେ ଅନୁଗୁର ପଞ୍ଚାୟତ ତିଲିକରଗ୍ରାମ ର ଜଙ୍ଗଲ ଜମିରେ ହଇଥିବା୬୦ଏକର ଜମିରେ ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଛି | ଏହାର ମୂଲ୍ୟ ୧୨କୋଟି ହେବ ବୋଲି ଏସ୍ଡିପିଓ ଶ୍ରୀ ନାୟକ କହିଛନ୍ତି | ସେଇ ପରି ଆଜି ଅଡବା ଥାନା ପକ୍ଷରୁ ଏସପିଙ୍କ ନିର୍ଦଶ କ୍ରମେ ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନକରି ଏସ୍ଡିପିଓ ଦିଲିପ କୁମାର ନାୟକ, ଅନିଲି ପ୍ରଧାନ, ତସିଲି ଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଙ୍କ ଉପସ୍ଥିତରେ ଅବକାରୀ ବିଭାଗ ପାରଳାଖେମୁଣ୍ଡି, ବନବିଭାଗ ମୋହନା, ରାଜସ୍ବ ବିଭାଗ ଅଡବା ପାରଳାଖେମୁଣ୍ଡି ପୋଲିସ କର୍ମଚାରୀ,ଅଡବା ପୋଲିସ କର୍ମଚାରୀ ମିଳିତ ଚଡାଉରେ ଗୁଲୁବା ପଞ୍ଚାୟତର ରାମପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ହଇଥିବା ୪୮ଏକର ଜମିରେ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରି ପୋଡି ଦିଅଯାଇଛି |ଯାହାର ଆନୁମାନିକ ମୂଲ୍ୟ୯କୋଟି୬୦ଲକ୍ଷ୍ୟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି | ଆଗକୁ ଏହି ଦମନ ଜାରି ରହିବ ବୋଲି ଏସପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି |ପ୍ରକାଶଥାଉକି ଗଜପତିଜିଲ୍ଲା ରା.ଉଦୟଗିରି ଅବକାରୀ ବିଭାଗ ମଦ ଗଞ୍ଜେଇ ଧରିବାରେ ପଛରେ କିନ୍ତୁ ଗଞ୍ଜେଇ କଟା ବେଳେ ଆଗରେ ବେଆଇନ ଚୋରା କାରବାର ମଦ ଓ ଗଞ୍ଜେଇ ନ ଧରି ମାସ କୁ ଥରେ ଆସି ବୁଲି ଯାଇ ଖଜୁରୀତାଡ଼ି ଧରି ନିରୀହଙ୍କୁ ଗିରଫ କରୁଛନ୍ତି | ଯଦି ଅବକାରୀ ବିଭାଗ ଜାଗିଥିଲେ ଅଞ୍ଚଳରେ ଗଞ୍ଜେଇ ର ମୂଳ ପୋଛ ହୁଅନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ