୧୯୭୪ ମ୍ୟାଟ୍ରିକ ବ୍ୟାଚ୍ ଦ୍ୱିତୀୟ ବାର୍ଷିକ ଉତ୍ସବ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଷତ୍ରିୟ ବରପୁର ୧୯୭୪ ମ୍ୟାଟ୍ରିକ ବ୍ୟାଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ୟ୍ୟକ୍ରମ ମାଁ ବୁଢ଼ାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ପଣ୍ଡା ମୁଖ୍ୟ ଅତିଥି, ଶିକ୍ଷକ ବୃନ୍ଦାବନ ତ୍ରିପାଠୀ, ସୁରେଶ ବ୍ରହ୍ମା, ପ୍ରଫୁଲ କୁମାର ତ୍ରିପାଠୀ ଓ ପ୍ରଧାନ ଶିକ୍ଷକ ସୁନୀତ୍ ରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ବ୍ୟାଚ୍ ର ସଭାପତି ଗିରିଶଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓ।ବିକଳାଙ୍ଗ ମାନଙ୍କ ଉନ୍ନତି ପାଇଁ ଏହ ସଂଗଠନ ସହଯୋଗ କରିବ ବୋଲି ନିଷ୍ପତ୍ତି ନେଇଥିଲେ ।ଏହି ବ୍ୟାଚର ୮୦ଝଣ ସଦସ୍ୟଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ଜନିତ କାରଣରୁ ୧୬ଜଣଙ୍କ ଦେହାନ୍ତ ଘଟିଥିବା ବେଳେ ପ୍ରାୟ ସଦସ୍ୟ ଚାକିରୀରୁ ଅବସର ନେଲେଣି ।ସଦସ୍ୟ ମାନେ ଆଜିର ଏହି କାର୍ୟ୍ୟକ୍ରମ ରେ ପରିବାର ସହ ଉପସ୍ଥିତ ରହି ଅସୁବିଧା ସ୍ଥଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଶପଥ ନେଇଥିଲେ ।ଉପସଭାପତି ପ୍ରଭାକର ଜେନା, ସଂପାଦକ ନୀରଞ୍ଜନ ତ୍ରିପାଠୀ, ସହ ସମ୍ପାଦକ ସିମାଞ୍ଚଳ ପୃଷ୍ଟି,କୋଷାଧ୍ୟକ୍ଷ ରାମନାରାୟଣ ପଣ୍ଡା,କାର୍ୟ୍ୟକାରୀ ସଦସ୍ୟ ତ୍ରିଲୋଚନ ପ୍ରଧାନ, ଗୋପାଳଳ ଚନ୍ଦ୍ର ବାଡତ୍ୟା, ରମେଶଚନ୍ଦ୍ର ଦାସ,ଫକୀର ମୋହନ ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ସହ।ବହୁ ସଦସ୍ୟ ଯୋଗ ଦେଇଥିଲେ ।ଅତିଥି ମାନଙ୍କ ଦ୍ଵାରା ମୁଖପତ୍ର ସ୍ମୃତି ଅନୁଭୂତି-୨୦୧୯ ଊନ୍ମୋଚନ ହୋଇଥିଲା ।


