ସରସଦା ଠାରେ ଧାନମଣ୍ଡି ଉଦଘାଟିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ସମବାୟ ସମିତି ଠାରେ ଚଳିତ ବର୍ଷ ଖରିଫ ଧାନକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଚାଷୀ କମିଟି ସଦସ୍ୟ ଦେବେନ୍ଦ୍ରନାଥ ଧଳ, ନଟବର ରାଉଳ, କିଶୋର ଚନ୍ଦ୍ର ଷେଣ୍ଢ, ଲକ୍ଷ୍ମୀଧର ସାହୁ, ଜୟଦେବ ସାମଲ, ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଦୁଇଜଣ ଚାଷୀଙ୍କ ଠାରୁ ୬୫କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାଯାଇଛି । କାର୍ଯ୍ୟକ୍ରମକୁ ବିରଞ୍ଚି ନାରାୟଣ ରାଉତ, ଅଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ନାରାୟଣପୁର ସମିତି ଠାରେ ସମ୍ପାଦକ ସୁମନ୍ତ ସେନାପତିଙ୍କ ତତ୍ୱାବଧାନରେ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକ, ଚାଷୀ କମିଟି ସଦସ୍ୟ ଜୟନ୍ତ ସାହୁ, ବେଣୁଧର ସାହୁ, ସୁଶାନ୍ତ ଜେନା, ବିଦ୍ୟାଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୨୧୫କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାଯାଇଛି ।


