ଗ୍ୟାସ ଲିକ୍ ୪ ବଖରା ଘର ଧ୍ୱଂସ, ୧ ମହିଳା ଗୁରୁତର
ବିଂଝାରପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାପୁର ଥାନା କପିଳା ପଂଚାୟତ ଗୁହାଳି ଗ୍ରାମର ଜଣେ ମହିଳା ଗ୍ୟାସ ପାଇପ ଲିଗ୍ ହୋଇ ଅଗ୍ନିକାଣ୍ଡ ଘଟିଥିବାରୁ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଆହାତ ମହିଳା ଜରକ ପରିଚୟ ବିଜୟ ମଲ୍ଲିକଙ୍କ ପତ୍ନୀ ଆରତୀ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗୁୁରୁବାର ମଧ୍ୟାହ୍ନରେ ରୋଷେଇ କରୁଥିବା ସମୟରେ ଗ୍ୟାସ ପାଇପରୁ ଗ୍ୟାସ ଲିକ୍ ହୋଇ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଆଜି ମଧ୍ୟାହ୍ଣରେ ଜଣେ ମହିଳା ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପରୁ ଗ୍ୟାସ୍ ଲିକକରି ଅଗ୍ନିକାଣ୍ଡ ଘଟି ୨ଜଣଙ୍କର ୪ବଖରା ଘର ପୋଡି ଯାଇଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଖବର ଅନୁଯାୟୀ ବିଂଝାରପୁର ଥାନା କପିଳା ପଞ୍ଚାୟତ ଗୁହାଳୀ ଗ୍ରାମର ବିଜୟ ମଲିକଙ୍କ ପତ୍ନୀ ଆରତି ମଲିକ ମଧ୍ୟାହ୍ମରେ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପ ଲିକ୍ କରି ନିଆଁ ଲାଗିଯାଇଥିଲା । ଫଳରେ ବିଜୟଙ୍କ ୨ବଖରା ଘର ପୋଡିବା ସହିତ ଘରକୁ ଲାଗି ରହିଥିବା ପବନ ମଲିକଙ୍କ ବିଧବା ପତ୍ନୀ ନୟନା ମଲିକଙ୍କ ୨ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବିଜୟଙ୍କ ଘରେଥିବା ଆସବାପତ୍ର ସମେତ ସମସ୍ତ ସାମଗ୍ରୀ ପୋଡିଥିବା ବେଳେ ନୟନା ଘରେ ତାଲା ପକାଇ ସଂପର୍କୀୟଙ୍କୁ ଦେଖିବାକୁ କଟକ ମେଡିକାଲ ଯାଇଥିବାରୁ ତାଙ୍କଘରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀ ନିଆଁକୁ ଲିଭାଉଥିବା ବେଳେ ଖବରପାଇ ବିଂଝାରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


