ଭଣ୍ଡାରିପୋଖରୀ ଅଞ୍ଚଳରେ କୁମାର ଉତ୍ସବ ପାଳିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଆଜି ଓଡ଼ିଶାର ପୁରପଲ୍ଲୀରେ କୁମାରୀ ମାନଙ୍କ ପର୍ବ କୁମାର ପୂର୍ଣ୍ଣିମା ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ୨୩ଗୋଟି ପଞ୍ଚାୟତ ଅଂଚଳରେ କୁମାର ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି । ଉତ୍ସବର ଦେବତା କାର୍ତ୍ତିକେୟଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟୁଷରୁ କୁମାରୀ ମାନେ ସ୍ନାନ ସାରି ଆନ୍ତରିକତାର ସହ ବିଭିନ୍ନ ନୈବେଦ୍ୟରେ ପୂଜାର୍ଚ୍ଚନା କରିଛନ୍ତି। ଦିନ ତମାମ କୁମାରୀ ମାନେ ଉପବାସ ରହି ମା ବୃନ୍ଦାବତୀଙ୍କ ନିକଟରେ ବୈଦିକ ବିଧି ଅନୁଯାୟୀ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବଭଳି କୁମାରୀଙ୍କ ଏକତ୍ରିତ ଚନ୍ଦ୍ର ବନ୍ଦାପନା ପୂଜା ପ୍ରାୟ ଆଉ ଦେଖିବାକୁ ମିଳୁନଥିବା ବେଳେ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ନିଜ ନିଜ ଗୃହର ବୃନ୍ଦାବତୀ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି । ବ୍ଲକର ମଞ୍ଜୁରୀରୋଡ଼ ଠାରୁ ଆରମ୍ଭ କରି ମଞ୍ଜୁରୀରୋଡ଼, କୁଲଣା, ବାରିକପୁର, ବିଷ୍ଣୁପୁର, ଆଖୁଆପଦା, ବାଲିପୋଖରୀ, ସରସଦା,ମାଳଦା ପ୍ରମୁଖ ଅଂଚଳରେ ଉତ୍ସବ ପାଳିତ ହେଉଛି ।


