ଜନସାଧାରଣଙ୍କ ସେବା କରିବାକୁ ବିଧାୟକଙ୍କ ପରାମର୍ଶ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ବୈଠକ କେନ୍ଦ୍ରର ପରିସରରେ ଆଜି ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକମାନଙ୍କୁ ଉନ୍ନତମାନର ସେବା ଯୋଗାଇବା ସହ ରୋଗୀମାନଙ୍କୁ ନିଜର ଭାଇ,ବାପା, ମାଆ , ଭଉଣୀ ଭଳି ବ୍ୟବହାର କରି କାମକରିବାକୁ ବିଧାୟକ ଶ୍ରୀ ବେହେରା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ସୂଚୀ ଆଧାରରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବ ଠାରୁ ବର୍ତ୍ତମାନ ସୁଧାର ଆସିଛି । ଏହି କାର୍ଯ୍ୟଧାରାକୁ ବଜାଇ ରଖିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରୋଗୀ କଲ୍ୟାଣ ସମିତି ସମସ୍ତ ସଭ୍ୟ/ସଭ୍ୟା ମାନେ ନୀୟମିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଏହାର ତଦାରଖ କରିବା ନିମନ୍ତେ କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଉନ୍ନତୀ ମୂଳକ କାର୍ଯ୍ୟ ଏବଂ ଆହରୀ ଆବଶ୍ୟକ ଥିବା ବିଭିନ୍ନ କାର୍ଯ୍ୟ ଉପରେ କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ସିମାଞ୍ଚଳ ପ୍ରଧାନ ଖର୍ଚ୍ଚ ହିସାବର ତାଲିକା ଉପରେ କହିଥିଲେ । ରୋଗୀ କଲ୍ୟାଣ ସମିତିର ସଭ୍ୟ ସୁକାନ୍ତ ନାହାକ, ଶମ୍ଭୁନାଥ ସ୍ୱାଇଁ ଓ ପ୍ରବାସୀ ପ୍ରଧାନ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ଛତ୍ରପୁର ବ୍ଲକର ଜନସାଧାରଣଙ୍କୁ ଉଚିତ ସେବା ଦେବା ନିମନ୍ତେ ଅଧିକାରୀ ମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ଡାକ୍ତର କାହ୍ନୁ ଚରଣ ପାତ୍ର, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଏ.ତନୁଜା, ପୋଟଲାମପୁର ସରପଞ୍ଚ ସୁବାଷିନୀ ବାରିକ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ବ୍ଲକର ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ, ସାଉଥକୋ ବିଭାଗର କନିଷ୍ଠଯନ୍ତ୍ରୀ-୨ ସୁଧୀର କୁମାର ଗୈାଡ, ବରିଷ୍ଠନାଗରୀକ ବିଶ୍ୱନାଥ ସୁବୁଦ୍ଧିଙ୍କ ସମେତ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ