ଜଳହରି ଠାରେ ଭାଗବତ ସପ୍ତାହ ଉତ୍ସବ
ଆଖୁଆପଦା, (ବସନ୍ତ ବେହେରା); ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜଳହରି ଠାରେ ସର୍ବପୂରାତନ ଭାଗବତ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବୟୋଜ୍ୟଷ୍ଠ ବରିଷ୍ଠ ନାଗରିକ ଦୁସାଃସନ ସାମଲ ସଙ୍କଳ୍ପ କର୍ତ୍ତା ଭାବେ ଭାଗବତ ସପ୍ତାହରେ ଘଟ ସ୍ଥାପନା କରିଥିଲେ । ପୂଜକ ଭାବେ ଦିଲୁ ମିଶ୍ର, ପାଗଳା ମିଶ୍ର ବୈଦିକ ବିଧି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସପ୍ତାହେ ବ୍ୟାପୀ ଭାଗବତ ପାଠ ଆରମ୍ଭ ହୋଇଥିଲା । ପ୍ରତ୍ୟକ ଦିନ ଭଜନ କୀର୍ତ୍ତନ ସହିତ ସନ୍ଧ୍ୟାରେ ଶାସ୍ତ୍ର ଆଲୋଚନା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଗ୍ରାମର ତାରାକାନ୍ତ ସାମଲ, ଶରତ ସାମଲ, ଦୁର୍ଯ୍ୟୋଧନ ସାମଲ, ଧନେଶ୍ୱର ସାମଲ, ସୁଦର୍ଶନ ସାମଲ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ପ୍ରଭାକର ସାମଲ, ଗଦାଧର ସାମଲ, ଯୋଗେନ୍ଦ୍ର ପଲେଇ, ପ୍ରଶାନ୍ତ କବି, ପ୍ରହଲ୍ଲାଦ କବି, ରବିନ୍ଦ୍ର କବି, ଶରତ କବି, ନିରତ କବି, ମଦନ ଜେନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।


