ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଅର୍ପିତା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଯୋଗ କ୍ଷେତ୍ରରେ ଜିଲ୍ଳା ଏବଂ ରାଜ୍ୟ ସ୍ତରରେ ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ବେଲଗୁଣ୍ଠା ବ୍ଳକ୍ ତନରଡ଼ା ଆର୍ଯ୍ୟ କନ୍ୟା ଗୁରୁକୂଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ସାହୁ I ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅର୍ପିତା ସାହୁ ଏବଂ ରଶ୍ମିତା ବିଷୋୟୀ ପୁର୍ବରୁ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ ଯୋଗ ପ୍ରତିଯୋଗୀତାରେ ସଫଳତା ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ I ମଇ 29 ତାରିଖ ଏବଂ 30 ତାରିଖରେ ଅନୁଷ୍ଠିତ ରାଜ୍ୟ ସ୍ତରିୟ ଯୋଗ ପ୍ରତିଯୋଗୀତାରେ ଅର୍ପିତା ସଫଳତା ପୂର୍ବକ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି I ଅର୍ପିତା ଜାତୀୟ ସ୍ତରକୁ ହେବା ପରେ ବେଲଗୁଣ୍ଠା ଅଞ୍ଚଳରେ ଖୁସିର ଲହରୀ ଖେଳିଯିବା ସହ ବିଭିନ୍ନ ମହଲରୁ ଅର୍ପିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି I ଅର୍ପିତା ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଶାରୀରୀକ ଶିକ୍ଷା ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି I ପ୍ରକାଶ ଥାଉ କି ଅର୍ପିତା ଜାମପଲ୍ଲୀ ଗ୍ରାମର ସନାତନ ସାହୁ ଏବଂ ରଶ୍ମିତା କୁମାରୀ ଦଳେଇ ଙ୍କ ସୁକନ୍ୟା ହୋଇଥିବା ବେଳେ ସେ ନିଜ ମାଉସୀ ଜସ୍ମିତା ସ୍ୱାଇଁ ଓ ମଉସା ମାଧବ ସ୍ୱାଇଁଙ୍କ ଘରେ ରହି ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୁଳରେ ପଠ ପଢୁଛନ୍ତି I


