ଅଗ୍ନିକାଣ୍ଡରେ ୪ ବଖରା ପୋଡିବା ସହ ଦୁଇଟି ଗୋରୁ ଆହତ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ତହସିଲ ଅନ୍ତର୍ଗତ ତାକରଡା ପଞ୍ଚାୟତର ଡେଙ୍ଗାବାଡ଼ି ଗ୍ରାମରେ ମଇ ୨୯ ତାରିଖ ରାତ୍ରରେ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ୪ ବଖରା ଘର ପୋଡି ପାଉଁଶ ହୋଇଥିବା ବେଳେ ଦୁଇଟି ଗୋରୁ ପୋଡି ଆହତ ହୋଇଥିବା ଜଣାପଡିଛି । କୌଣସି କାରଣରୁ ରବିବାର ରାତ୍ରରେ ବାରିପଟରେ ଥିବା ଚାଳଛପର ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘବର ପାଇ ବୁଗୁଡା ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଘରେ ଗୁଡିକରେ ଥିବା ସମସ୍ତ ଚାଷ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଦୁଇଟି ଗୋରୁ ପୋଡି ଆହତ ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ ଦିଲ୍ଳୀପ କୁମାର ପ୍ରଧାନ ଘଟଣା ବିଷୟ ନେଇ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଅବଗତ କରିଥିଲେ । ତହସିଲଦାର ଶ୍ରୀ ଜେନା ଛୁଟିରେ ଥିବାବେଳେ ସୁପରଭାଇଜର ନରେନ୍ଦ୍ର କୁମାର ଗୌଡ଼ ମଇ ୩୦ ତାରିଖ ସକାଳେ ଡେଙ୍ଗାବାଡ଼ିର ଘରପୋଡି ଘଟଣା ସ୍ଥଳୀକୁ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ପ୍ରତି ପରିବାରଙ୍କୁ ପାଲ ବଣ୍ଟନ କରି ଫେରିଛନ୍ତି । ତହସିଲଦାର କାର୍ଯ୍ୟରେ ଯୋଗଦେଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି ।


