ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ

ବାଲେଶ୍ଵର, (ସରୋଜ ପଣ୍ଡା):ମଙ୍ଗଳବାର ସହଦେଵଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ଅତିଥି ଭାବେ ଡା ପରେଶ ଚନ୍ଦ୍ର ନନ୍ଦି ଯୋଗ ଦେଇ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୁରୁଷ ବନ୍ଧ୍ୟା କରଣ ର ଆବଶ୍ୟକତା ଅଛି ଓ ଏହା ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିୟନ୍ତ୍ରଣ ପଦ୍ଧତି ବୋଲି କହିଥିଲେ। ଅନ୍ୟ ମାନଙ୍କ ମାଧ୍ୟରେ ଡା ଶଶାଙ୍କ ଶେଖର ଚୌଧୁରୀ, ରମଣୀ କାନ୍ତ ଭଞ୍ଜ ଓ ଶ୍ରୀକାନ୍ତ ସେଠି ପ୍ରମୁଖ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ