ଝରପୁର ଠାରୁ ଜରୀଙ୍ଗିଦୁଆ ରାସ୍ତା ନିର୍ମାଣ ପାଇଁ ୮କୋଟି ୩୪ ଲକ୍ଷ ୨୬ ହଜାର ବ୍ୟୟରେ ନିର୍ମାଣ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତର ଝରପୁର ଠାରୁ ଜାରିଙ୍ଗିଦୁଆ ସଂଯୋଗ କରୁଥିବା ୬ କି :ମି ରାସ୍ତା,୮କୋଟି ୩୪ଲକ୍ଷ ୨୬୧ ଟଙ୍କା ଅଟକଳ ମୂଲ୍ୟର କାମ ଶୁଭ ଆରମ୍ଭ କାର୍ଯ୍ୟରେ ଯୋଗ ଦେଇ ଶୁଭ ଉଦଘାଟନ କଲେ ମୋହନା ଅଧ୍ୟକ୍ଷ ରଞ୍ଜିବ ଶବର I ଜନ ପ୍ରତିନିଧି ମାନେ ହୁଅନ୍ତୁ କି ଅଞ୍ଚଳର ଜନ ସାଧାରଣ ଲୋକ ହୁଅନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଗଣ ମାଧ୍ୟମରେ ଝରଣପୁର ଠାରୁ ଜାରିଙ୍ଗିଦୁଆ ଗ୍ରେଗେରା ପାହାଡ଼ ଘାଟି ରାସ୍ତା ସୂଚନ୍ୟତା ଅବସ୍ଥା ଦେଖି ଗଣ ମାଧ୍ୟମରେ ପ୍ରକାଶ ବହୁବାର ପ୍ରଶାସନ ନିକଟରେ ଉପସ୍ଥାପନ କରାଯାଇଥିଲା. ତାହା ଆଜି ଓଡିଶା ସରକାର ଲୋକଙ୍କ ଦୁଃଖ ବୁଝିଲେ ୮କୋଟି ୩୪ଲକ୍ଷ ୨ ୬୧ଟଙ୍କା ମଞ୍ଜୁର କରି ରାସ୍ତା କାମ ଶୁଭ ଆରମ୍ଭ ଦେଲେ ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର I ରାସ୍ତା କାମ ଶୁଭାରମ୍ଭ କାର୍ଯ୍ୟକୁ ଦେଖି ଅଞ୍ଚଳ ବାସୀଙ୍କ ଖୁସିର ଲହରୀ ହୋଇଛି I ଲୋକଙ୍କ ହିତ ଜନକ କାର୍ଯ୍ୟ କରୁଥିବାରୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଞ୍ଚଳର ହଜାର ହଜାର ଲୋକେ ଇ ରାସ୍ତା ଶୁଭ କାର୍ଯ୍ୟରେ ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସୁନୀଲ ବିଷୋୟୀ, ଚୁଡ଼ଙ୍ଗପୁର ପଞ୍ଚାୟତ ସରପଞ୍ଚ ସୁଶ୍ରୀ ସେବତୀ ଗମାଙ୍ଗ, ଏମ.ପି ପ୍ରତିନିଧି ଭାସ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ I ଅନ୍ୟପଟ ନୂଆଗଡ ବ୍ଳକ କିରାମା ପଞ୍ଚାୟତର ଜାରିଙ୍ଗିଦୁଆ ଛକ ନିକଟରେ କଣ୍ଟ୍ରାକ୍ଟର ଓ କଂଗ୍ରେସ ଦଳୀୟ କର୍ମୀ ମାନେ ଦୀପ, ଧୂପ, ନଡ଼ିଆ ଧରି ପ୍ରଭୁ ଯୀଶୁ ଓ କାଇସରଙ୍କ ନାମରେ ଦୀପ, ଧୂପ, ନଡ଼ିଆ ଭାଙ୍ଗି କରତାଳ କରି ଭୂମି ପୂଜା କରିଛନ୍ତି ।ଉପସ୍ଥିତି ଦଳୀୟ କର୍ମୀ ମାନଙ୍କୁ କଣ୍ଟ୍ରାକ୍ଟର ବାବୁ ସଂମ୍ମାନିତ ବି କରିଥିଲେ ପୁଣି ନୂଆଗଡ ବ୍ଳକର କାର୍ଯ୍ୟ ଆଦେଶ ପତ୍ର ଅନୁଯାଇ ଜାରିଙ୍ଗିଦୁଆ ରୁ ଝରଣପୁର ରାସ୍ତା କାମ ବୋଲି ଜୟ ଜୟ ଧୂନି କରି କରତାଳ କରିଥିଲେ I କିନ୍ତୁ ସୂଚନା ଯୋଗ୍ୟ RR-BR-E -ମୋହନା – ୦୬/୨୩ ଆଦେଶ ପତ୍ର ଅନୁଯାଇ ଝରଣପୁର ଠାରୁ ଜାରିଙ୍ଗିଦୁଆ ରାସ୍ତା କାମ ଆଦେଶ ପତ୍ର ୮କୋଟି ୩୪ଲକ୍ଷ ୨୬ ହଜାର ଟଙ୍କାର କାର୍ଯ୍ୟ ଆଦେଶ ଦିଆଯାଇଛି I ଏପରି ମିତ୍ୟା ପ୍ରବଚନ କରି ଜାରିଙ୍ଗିଦୁଆ ଛକରେ ଫଳକ ତିଆରି କରି ଭୂମି ପୂଜା କରାଯାଇଥିବାରୁ ମୋହନା ବିଜେଡ଼ି ଜନ ପ୍ରତିନିଧିମାନେ ଅସନ୍ତୁଷ୍ଠ ହୋଇଥିବା ଜଣାପଡୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ