ଟିକାବାଲି ଥାନା ଅଂଚଳରେ ଘର ତାଲା ଭାଙ୍ଗି ଚୋରୀ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳରେ ରହୁଥିବା ଟିକାବାଲି ଅଂଳର ପିକରଡି ଗ୍ରାମପଂଚାୟତର ବୁଡାମାହା ପ୍ରାଥମିକ ବିଦ୍ୟାଳର ଜଣେ ଶିକ୍ଷକ ପି.ସୁନ୍ଦରମଙ୍କର କରୋନାରେ ମୃତ୍ୟୁ ହେବା ଫଳରେ ତାଙ୍କ ସ୍ତ୍ରୀ ଶ୍ରୀମତୀ ଟୁନୀ କୁମାରୀ ଏବଂ ପରିବାର ଲୋକେ ଘରେ ତାଲା ପକାଇ ତାଙ୍କ ଗାଁକୁ ଯାଇଥିଲେ । ଗତ ରାତିରେ ଚୋର ମାନେ ଏହାର ସୁଯୋଗରେ ତାଲା ଭାଙ୍ଗି ଚୋରୀ କରିଛନ୍ତି । ଆଜି ସକାଳେ ଘରକୁ ଫେରି ଟୁନୀ କୁମାରୀ ଗାଁରୁ ଫେରି ଆସିବାପରେ ଘର ତାଲା ଭଙ୍ଗା ଥିବା ଦେଖିବା ସହିତ ତାଙ୍କ ଘରେ ଥିବା ୪୦ ହଜାର ନଗଦ ଟଙ୍କା ଓ ୧୦ ଗ୍ରାମ ସୁନା ଏବଂ ଅନ୍ୟାନ୍ୟ କିଛି ଜିନିଷ ଚୋରୀ ହୋଇଥିବା ଜାଣିପାରିଥିଲେ । ଏହି ସଂକ୍ରାନ୍ତରେ ଟିକାବାଲି ଥାନାରେ ସେ ଏକ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ଟିକାବାଲି ଥାନା ପୁଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୬୦/୨୦୨୦ ରୁଜ୍ଜୁ କରିବା ସହିତ ଟିକାବାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ସେହିପରି ଟିକାବାଲି ଥାନାରେ ଆଉ ଏକ ଘଟଣାରେ ଟିକାବାଲି ଅଂଚଳର ବସ ଷ୍ଟାଣ୍ଡ ଅଂଚଳରେ ଥିବା ଜଣେ ବିସ୍କୁଟ ହୋଲସେଲର ଦୋକାନୀ ଅଭିମନ୍ୟୁ ବିଶ୍ୱାଳଙ୍କ ଦୋକାନରେ ମଧ୍ୟ ସେହିପରି ଚୋରମାନେ ତାଲା ଭାଙ୍ଗି ଦୋକାନରେ ଥିବା ୪୦ ହଜାର ନଗଦ ଟଙ୍କା ଚୋରୀ ହୋଇଥିବା ନେଇ ଦୋକାନୀ ଅଭିମନ୍ୟୁ ଟିକାବାଲି ଥାନାରେ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଅନୁସାରେ ଟିକାବାଲି ଥାନା ପୋଲିସ ଆଉ ଏକ ଚୋରୀ ମାମଲା ୫୯/୨୦୨୦ ରୁଜ୍ଜୁ କରିବା ସହିତ ଉଭୟ ଘଟଣାର ତଦନ୍ତ ଜାରୀ ରଖିଥିବା ନେଇ ଟିକାବାଲି ଥାନାର ତଦନ୍ତକାରୀ ଅଧିକାରୀ ଏସଆଇ ଅନିଲ କୁମାର ଦେବତା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ