ଡମ୍ପର ହେଲପରକୁ ପଥରରେ ଛେଚି ହତ୍ୟା

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦୁବୁୁନା ନିକଟସ୍ଥ ଏକ ପଡିଆରେ ଜଣେ ଡମ୍ପର ହେଲପରକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ମୃତ ହେଲପରଙ୍କ ନାମ ବିପିନ ବାରିକ (୨୨) ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା ବଣେଇ ଅଂଚଳର ନଗରିଆ ଗ୍ରାମର ବୋଲି  । ସେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦୁବୁନା ଗ୍ରାମର ସୁକ ପଲେଇଙ୍କ ଘରେ ରହି ତାଙ୍କର ଡମ୍ପରରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଆଜି ଉକ୍ତ ଗ୍ରାମର ପଡିଆ ଠାରେ ବିପିନ ବାରିକଙ୍କ ପଥରରେ ଛେଚି କ୍ଷତ ବିକ୍ଷତ ଅବସ୍ଥାରେ ମୃତ ଦେହ ପଡିଥିବା ସ୍ଥାନୀୟ ଗ୍ରାମ ଲୋକେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛିି । ଘଟଣା ସମ୍ପର୍କରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଥିଲା । ତେବେ ହେଲପର ବିପିନ ବାରିକ କାର୍ଯ୍ୟକରୁଥିବା ଡମ୍ପର ମାଲିକକୁ ଏ ସମ୍ପର୍କରେ ପଚାରିବାରୁ ସେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱହେବ ବିପିନ ବାରିକ ତାଙ୍କ ଡମ୍ପରରେ ହେଲପର ଭାବେ କାର୍ଯ୍ୟ କରି ଆସୁଥିଲେ । ତାର ପୂର୍ବ ଶତୃତା ଥିବା ଶୁଣିବାକୁ ପାଇଥିଲେ ଏବଂ ପୋଲିସ୍ ଏ ସମ୍ପର୍କରେ ଖୋଳତାଡ ଆରମ୍ଭ କଲେ ହତ୍ୟା ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଥିଲେ । ଘଟଣା ସ୍ଥଳରେ ବାମେବାରୀ ପୋଲିସ୍ ସାଇନ୍‌ଟିଫିକ୍ ଟିମ୍ ସହିତ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛିି । ଏନେଇ ବାମେବାରୀ ଥାନାରେ ଏକ ମାମଲା ୧୪୭/୨୦ କେସ୍ ରୁୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ