ଡା. ଫସଲ ୟୁରିଆକୁ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍ତର ଓଡ଼ିଶାରେ ଚାଷୀଙ୍କ ଉଦ୍ଦେଶ୍ୟରେ ମ୍ୟାଟିକ୍ସ ଓ ଫର୍ଟିଲାଇଜର ଲିମିଟେଡ ପକ୍ଷରୁ ରୂପସା ରେଳ ଷ୍ଟେସନରେ ପହଞ୍ଚିଥିବା ଡା. ଫସଲ ୟୁରିଆ ସାର ରେକକୁ ସ୍ୱାଗତ କରାଯାଇଛି । ସେଠାରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ଆଗ୍ରୋ ଏଣ୍ଟ୍ରପ୍ରାଇଜେସ ପ୍ରତିନିଧି ଦିଲୀପ କୁମାର ଯୋଗଦେଇ ଉତ୍ତର ଓଡ଼ିଶାର ଚାଷୀଙ୍କ ୟୁରିଆ ସାର ଚାହିଦା ପୂରଣରେ ଏହି ଡା ଫସଲ ୟୁରିଆ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହି କମ୍ପାନିର ବାର୍ଷିକ ୧୩ ଲକ୍ଷ ମ୍ୟାଟ୍ରିକ ଟନ ସାର ଉତ୍ପାଦନ କ୍ଷମତା ଥିବା ବେଳେ କେବଳ ଉତ୍ତର ଓଡ଼ିଶା ନୁହେଁ ବରଂ ସମଗ୍ର ରାଜ୍ୟର ୟୁରିଆ ସାର ଅଭାବ ଦୂର କରିପାରିବ ବୋଲି ମ୍ୟାଟିକ୍ସ ଓ ଫର୍ଟିଲାଇଜର ଲିମିଟେଡର ଓଡ଼ିଶା ମୁଖ୍ୟ ସୂର୍ଯ୍ୟକାନ୍ତ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି । ଆଗ୍ରୋ ଏଣ୍ଟ୍ରପ୍ରାଇଜେସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କୁମାର ରାଉତ, ସଦର କୃଷି ଜିଲା ଅଧିକାରୀ ବୀରେନ୍ଦ୍ର ବେହେରାଙ୍କ ସମେତ ମିଥୁନ କୁମାର ବେହେରା, ସଞ୍ଜୀବ ଲୋଚନ ସାହୁ, ଅରୁଣ କୁମାର ମହାରଣା, ଚିନ୍ମୟ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


