ଡିସେମ୍ବର ୧୩ ଓ ୧୪ରେ ଗାଁସାଥୀ ସଂଘ ତରଫରୁ ହେବାକୁ ଥିବା ଆନ୍ଦୋନକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଁସାଥୀ (ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ରାମମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରିଥିଲେ । ଉକ୍ତ ବୈଠକରେ ରାଜ୍ୟସ୍ତରୀୟ ନେତୃତ୍ୱମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବିଷୟରେ ଆଲୋଚନା କରିଥିଲେ । ତୃଣମୂଳସ୍ତରରେ ପୁନର୍ବାର ସମସ୍ତ ଜିଲ୍ଲା ଓ ବ୍ଲକ ସଂଗଠନକୁ ମଜଭୁତ କରାଯାଇ ସଂଘ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦୃଢତାର ସହ ଆଗକୁ ନେବ ବୋଲି କର୍ମକର୍ତ୍ତମାନେ ଦର୍ଶାଇଥିଲେ । ସେହି ବିଷୟକୁ ତର୍ଜମା କରି ପୂର୍ବରୁ ନିଷ୍ପତ୍ତି ହୋଇଥିବା ୧୩ ଓ ୧୪ ତାରିଖର ଆନ୍ଦୋନକୁ ସଂଘ କିଛିଦିନ ପାଇଁ ସ୍ଥଗିତ ରଖିଲା ବୋଲି ଶନିବାର ଦିନ କର୍ମକର୍ତ୍ତାମାନେ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି । ଯଦି ସରକାର ଗାଁସାଥୀମାନଙ୍କ ଭାଗ୍ୟ ଭବିଷ୍ୟତ ପାଇଁ ନ୍ୟାୟିକ ପଦକ୍ଷେପ ନ ନିଅନ୍ତି, ତେବେ ସଂଘ ଆନ୍ଦୋଳନର ଧାରା କେବେ ଓ କେଉଁଭଳି ଭାବେ ନେବ ତାହା ଗଣମାଧ୍ୟମକୁ ଜଣାଇଦେବ । ଏହି ବୈଠକରେ ସଂଘର ସଭାପତି ସୌଭାଗ୍ୟ ମିଶ୍ର, ସମ୍ପାଦକ କୁଳମଣି ମେଣ୍ଟା, ସାଂଗଠନିକ ସମ୍ପାଦକ ରବୀନ୍ଦ୍ର ନାଥ ଗୌଡ, ଉପସଭାପତି ରମେଶ ରଣା, ଅଜିତ ମହନ୍ତ, ସହ ସମ୍ପାଦକ ଶୋଭାକର ସାହୁ, ଯୁଗ୍ମ ସମ୍ପାଦକ କୈଳାସ ଭତ୍ରା, କୋଷାଧ୍ୟକ୍ଷ ସନ୍ତୋସ ସୁତାର ଏବଂ ଅନ୍ୟାନ୍ୟ ପ୍ରମୁଖ ସଂଗଠକ ଯଥା ପବିତ୍ର ସୁନ୍ଦରାୟ, ସୁଧାଂଶୁ ଶତପଥୀ, ତପନ ମଲ୍ଲିକ, କରୁଣା ବାଗ, ପଞ୍ଚୁ ନାୟକ, କର୍ଣ୍ଣ ଧାରୁଆ, ଚରଣ ନାୟକ, ଉମାକାନ୍ତ ବେହେରା, କନକଲତା ଜେନା, କରୁଣାକର ନାୟକ, ଚଞ୍ଚଳା ବେହେରା, ଶାନ୍ତନୁ ସେନାପତି, ଉମାଶଙ୍କର ଦାସ, ସୀମାରାଣି ପ୍ରଧାନ, ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


