ତିନି ଡ଼ାକ୍ତରଙ୍କ ବଦଳି ରେ ଲୋକେ ଅସନ୍ତୋଷ ଜିଲ୍ଲାପାଳଙ୍କୁ ଚିଠି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ପଞ୍ଚାୟତ ସେଥି ମଧ୍ୟରେ ଆଦିବାସୀ ବହୁଳ ଅଞ୍ଚଳ ଏଠି କାର ଲୋକେ ପ୍ରତ୍ୟକ ଦିନ ସହ ସହ ଆସନ୍ତି ନିଜ ଦେହ ଦେଖାଇବା ପାଇଁ କିନ୍ତୁ ଭଲ ଡ଼ାକ୍ତର ନଥିବା ଯୋଗୁଁ ଲୋକେ ନକଲି ଡ଼ାକ୍ତର ର ଶୋଷଣ ହୁଅନ୍ତି ତ ନିଜ ଟଙ୍କା ପଇସା ଖର୍ଚ୍ଚ କରି ମଧ୍ୟ ଭଲ ହୁଅନ୍ତି ନାହିଁ ଶେଷରେ ମୃତ ମୁଖକୁ ଚାଲି ଯାନ୍ତି କିଛି ଜାଗାରେ ଭଲ ଡ଼ାକ୍ତର ଦିଆଯାଇଥିଲେ ସେମାନେ ରୋଗୀକୁ ଭଲ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେଠି କିଛି ଅସାଧୁ ବ୍ୟକ୍ତିଙ୍କ ରାଜ ଚାଲୁଥିଲା ଅନଥା ବଦଳି କରିଦିଅନ୍ତି ଯାହା ଫଳରେ ପୁଣି ଲୋକେ ନକଲି ଡ଼ାକ୍ତର ର ବା ଅନ୍ଧ ବିଶ୍ୱାସ କୁ ଅପଣାଇ ନିଅନ୍ତି ଏପରି କିଛି ଦେଖିବାକୁ ମିଳିଛି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିଛି ଦିନ ତଳେ ଏକ ବଡ଼ ଧରଣର ଜିରାଙ୍ଗ ଗାଁ ନିକଟରେ ଟାକ୍ଟର ଓଲଟି ବହୁ ଲୋକେ କ୍ଷତି ହୋଇଥିଲା ସେ ସମୟରେ ଦୁଇ ଡାକ୍ତର ଭଗବାନ ସାଜି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ମିଳିତ ରେ ରୋଗୀ ଙ୍କୁ ଚିକିତ୍ସା ଯୋଗାଇଥିଲେ ସେମାନଙ୍କୁ ଅଞ୍ଚଳ ରେ ବେଶ ଚର୍ଚ୍ଚା ଧରିଥିଲା କିନ୍ତୁ ସେଥି ମଧ୍ୟରୁ ଜଣେ ଡ଼ାକ୍ତର ଙ୍କୁ ବଦଳି ହାଇଥିଲା ସେଥିରେ ଲୋକେ ଭାଙ୍ଗି ପଡି ଥିଲେ ଲୋକଙ୍କୁ ଭଲ ସେବା ଯୋଗାଇବା ପାଇଁ ପୁଣି ଦୁଇ ଡାକ୍ତର ରାତିଦିନ ସେବା ଯୋଗାଉଥିଲେ ଏହି ତିନି ଭଗବାନ ଙ୍କୁ ଦେଖି ଲୋକେ ନକଲି ଡାକ୍ତର ର ଶୋଷଣ ରୁ ବଞ୍ଚି ଭଲ ସେବା ପାଉଥିଲେ ସେମାନେ ହେଲେ ଡ଼ାକ୍ତର ଉଲ୍ଲାସ ଚନ୍ଦ୍ରରାଉତ, ଚିନ୍ମୟ ବିଶ୍ଵାଳ, ଜୟ କୃଷ୍ଣ ସେଠି ଏହି ଅଞ୍ଚଳ ର ବହୁ ରୋଗୀ ଙ୍କୁ ନିଜ ହାତରେ ସେବା ଯୋଗାଇ ଆସୁଥିଲେ ଏପରିକି ଯାହା ବ୍ରହ୍ମପୁର କୁ ପଠାଇବା ରୋଗୀ କୁ ଏଠି ଭଲ କରୁଥିଲେ ଏବଂ ଗର୍ଭବତୀ ମା କୁ ଏଠି ଭଲ ସୁବିଧା ଯୋଗଉ ଥିଲେ କୌଣସି ରୋଗୀ କୁ କେବେ ଦୃବ୍ୟବହାର କରନ୍ତି ନାହିଁ ଅନ୍ୟ କର୍ମଚାରୀ ଓ କିଛି ଡ଼ାକ୍ତର ବ୍ୟବହାର ଠିକି ନଥିବା ପାଇଁ ଲୋକେ ଉତେଜନା ହଇଥିଲେ ଆଗରୁ ଏପରି କିଛି କର୍ମଚାରୀ ମାନେ ଏଠି ୫ବର୍ଷ ରୁ ଉର୍ଦ୍ଧ୍ବ ରହି ଏଠି ବେଶ ରାଜୁତି କରିଚାଲିଛନ୍ତି ବିଜୟ କୁମାର ମହାଙ୍କୁଡ଼ ସଂଗ୍ରାମଜେନା ଏହି ଦୁଇଜଣ ଏଠି ରହି ବହୁ ରୋଗୀ ଙ୍କୁ ଦୃବ୍ୟବହାର କରିବା ସହ ରାଜ କରିଚାଲି ଛନ୍ତି ତେଣୁ ଏମାନଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ସହ ଆମରି ତିନି ଡ଼ାକ୍ତର ଙ୍କୁ ଆମକୁ ଫେରା ଯାଉ ନଚେତ ଆଗାମୀ ଦିନରେ ଅଞ୍ଚଳ ବାସି ବଡ଼ ଧରଣର ଏକ ଜନ ଆନ୍ଦାଳନ ହେବ ଏହାକୁ କିଏ ରୋକି ପାରିବେନି ବୋଲି ଅଞ୍ଚଳ ବାସି ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଏକ ଚିଠି ଲିଖିତ ଭାବେ ପଠାଇଛନ୍ତି ପ୍ରକାଶ ଥାଉ କି ଜିଲ୍ଲାପାଳ କଣ ପଦକ୍ଷେପ ନେବେ ଆଉ ଅଞ୍ଚଳରେ ଲୋକେ ଭଲ ସେବା ପାଇବେ ତାକୁ ଦେଖିବା ବାକି ରହିଲା ଏହି ଅଞ୍ଚଳରେ


