ତିରିଂ ବ୍ଲକର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ’ ସୁର୍ମୀଧର୍ମୀ କଲ୍ୟାଣ ସମିତିର’ସମ୍ବର୍ଦ୍ଧନା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ବଡନାରାୟଣୀ ପଞ୍ଚାୟତର ସେହି ଗ୍ରାମର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଗୋପାଲ ଚନ୍ଦ୍ର ବେଶ୍ରାଙ୍କ ପୌରହିତ୍ୟରେ ଆସନ୍ତା ଡିସେମ୍ବର ୨୫ ରେ ସମ୍ଵର୍ଦ୍ଧନା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବଡ଼ନାରାୟଣୀ ଷ୍ଟାଡିୟମର ପେଣ୍ଡାଲ ସହ କ୍ଲବ ଗୃହ ନିର୍ମାଣ ଏବଂ ତିରିଂ ଅଂଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଖଡଖାଈ ନଦୀରୁ ଜଳସେଚନ ପାଇଁ ଆଲୋଚନା କରାଯାଇଥିଲା ।ତଦସହ ଡିସେମ୍ବର ୨୫ ବାର୍ଷିକ ଉତ୍ସବରେ ଫୁଟବଲ ଟୁର୍ଣାମେଣ୍ଟ ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨ଜଣ ଶିକ୍ଷକ, କୃତି ଖେଳାଳୀ, ଚାଷୀ, ସାମାଜିକ କର୍ମୀ, ଓ ମହିଳା ଗୋଷ୍ଠୀଙ୍କୁ ସମ୍ମାନିତ କରାଯିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା ।ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଛୋଟଲାଲ ଟୁଡୁ, ସଂଗଠନ ସଭାପତି କାଶୀନାଥ ମୁର୍ମୁ, ସଂପାଦକ ବାଘରାଇ ହେମ୍ରମ, କୋଷାଧ୍ୟକ୍ଷ ପିତାମ୍ର ହେମ୍ରମ,, ରାଙ୍ଗାଇ ବେଶ୍ରା,ରଘୁନାଥ ଟୁଡୁ, କାରୁ ଟୁଡୁ, ସାଉଁନା ଜିତରାୟ ବେଶ୍ରା,ଝୁନୁ ମୁର୍ମୁ,ବୁଢ଼ାନ ବେଶ୍ରା,କୁଆଁର ବେଶ୍ରା,ନିନି ପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ ।ଶେଷରେ ସମାଜସେବୀ ଗୋପାଲ ବେଶ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


