ଅର୍ଜୁନ ସାରଙ୍କ ଦେହାନ୍ତରେ ବିଜାତଳା ବ୍ଲକରେ ଶୋକର ଛାୟା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଜାତଳା ବୄଲକ ଅନ୍ତର୍ଗତ ବଡ଼ଝରଣ ପଞ୍ଚାୟତର ଭାଲୁଯୋଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ଚରଣ ମାଝୀଙ୍କର ଦେହାନ୍ତ ହୋଇଯାଇଛି । ସେ ଚାକିରୀ ଆରମ୍ଭରୁ ୨୦୦୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଯୁଡିଆ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।ଜଣେ ଧର୍ମପରାୟଣ,ମିଷ୍ଟଭାଷୀ, ସମାଜସେବୀ ,ଅମାୟିକ ,ଛାତ୍ରଵତ୍ସଳବ୍ୟକ୍ତି ଥିଲେ ।ତାଙ୍କ ମୃତ୍ୟୁରେ ବିଜାତଳାର ବୁଦ୍ଧିଜୀବୀ, ଶିକ୍ଷକ, ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି ।


