ଦନ୍ତା ଆକ୍ରମଣରେ ଅଳ୍ପକେ ବର୍ତିଲେ ମହିଳା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ସରଗଡା ସଂରକ୍ଷିତ ଜଙ୍ଗଲ କାଣାପାଟ ପାହାଡ଼ରେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ସରଗଡା ପଞ୍ଚାୟତର ଦଳେଇଡିହି ଗ୍ରାମର ପାନ ସର୍ଦ୍ଦାର (୪୮) ରବିବାର ଦିନ ଗାଁ ପାଖ କାଣାପାଟ ଜଙ୍ଗଲକୁ ପତର ତୋଳିବାକୁ ଯାଇଥିଲେ । ଅପରାହ୍ନ ୧୦ ଟା ପାଖାପାଖି ସମୟରେ ହଠାତ୍ ଏକ ଦନ୍ତା ଆସି ପାନର ହାତକୁ ଶୁଣ୍ଢରେ ଧରି ଘୋଷାରୁଥିବା ସମୟରେ ଶାଢ଼ୀଟି ଷୁଣ୍ଡରେ ଗୁଡ଼ାଇ ହେବା ଫଳରେ ପାନ ଘୋଷାରି ହୋଇ ତଳେ ଛିଟିକି ପଡ଼ିଥିଲା । ଗାଁ ଲୋକେ ପାନର ଚିତ୍କାର ଶୁଣି ପହଞ୍ଚିବା ଫଳରେ ହାତୀଟି ଜଙ୍ଗଲ ଭିତରକୁ ପଳାଇ ଥିଲା। ପରେ ଗାଁ ଲୋକେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ।ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ବନ କର୍ମଚାରୀ ସନ୍ତୋଷ ଦାସ, ଗୋବିନ୍ଦ ମୁଣ୍ଡା,ଜୀତୁ ମୁଣ୍ଡା ପ୍ରମୁଖ ପହଞ୍ଚି ପାନ ସର୍ଦ୍ଦାର ବନ ବିଭାଗ ଗାଡ଼ିରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବନ ବିଭାଗ ତରଫରୁ ପାନ ସର୍ଦ୍ଦାରର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସରଗଡା ଜଙ୍ଗଲରେ ଦନ୍ତା ସମେତ ୫ଟି ହାତୀ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ