ଦିନସାରା ବାହାରେ ବସିଲେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ

ଖଲ୍ଲିକୋଟ, (ସିଲୁ ବିଶ୍ଵାଳ): ହାଇସ୍କୁଲ ଖୋଲିଲା, ପିଲା ଆସିଲେ କିନ୍ତୁ ୫ ବର୍ଷ ପରେ ମଧ୍ୟ ଶିକ୍ଷକ ନିଯୁକ୍ତି ହେଲେ ନାହିଁ ।ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଆଜି ବିଦ୍ୟାଳୟରେ ତାଲା ପକାଇ ଥିଲେ ।ଏହି ଘଟଣା ଘଟିଛି ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମରେ ।ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ।ସେତେବେଳେ ନିଜ ପିଲା ଙ୍କ ପାଠ ପଢିବା ପାଇଁ ସୁବିଧା ହେବ ବୋଲି ଗ୍ରାମବାସୀ ବହୁତ ଖୁସି ହୋଇଥିଲେ ।ହେଲେ ସେ ଖୁସି ସେମାନଙ୍କ ବେଶୀ ଦିନ ରହିଲା ନାହିଁ ।ସ୍କୁଲ ଖୋଲିଲା, ପିଲା ଆସିଲେ କିନ୍ତୁ ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ ।ଗ୍ରାମବାସୀ ମାନେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ ।ବାଧ୍ୟ ହୋଇ ଆଜି ବିଦ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ ।ବାହାରେ ଛାତ୍ରଛାତ୍ରୀ ଧାରଣା ରେ ବସିଥିବା ବେଳେ ତାଲା ପଡ଼ିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବାହାରେ ରହିଥିଲେ ଦିନସାରା ।ଖବର ପାଇ ଏବିଇଓ ମଙ୍ଗୁଳି ଚରଣ ଜେନା ତୁଳସୀପୁର ଗ୍ରାମ କୁ ଯାଇ ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଛନ୍ତି ।ଯେଉଁ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ରୁ ତାଲା ଖୋଲିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।ଏହି ଗ୍ରାମରେ ଗୋଟିଏ ବିଦ୍ୟାଳୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୪୯ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୮ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଏଠାରେ ହାଇସ୍କୁଲ ପାଇଁ ୫୮ ଲକ୍ଷ ଟଂକା ବ୍ୟୟରେ ଏକ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହସ୍ତାନ୍ତର ହୋଇନଥିବାରୁ ଅବ୍ୟବହୃତ ହୋଇ ପଡିରହିଛି । ହାଇସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ପ୍ରାଥମିକ ଶିକ୍ଷକ ମାନେ ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇ କାମ ଚଳାଉଛନ୍ତି । ପ୍ରାଥମିକ ଶିକ୍ଷକ ମଧୁ ସେଠୀଙ୍କୁ କୌଣସି କାରଣ ନ ଥାଇ ହଠାତ ବଦଳି କରାଯାଇଥିବାରୁ ତୁରନ୍ତ ତାଙ୍କୁ ଏହି ବିଦ୍ୟାଳୟ କୁଫେରାଇ ଆଣିବା ସହ ହାଇସ୍କୁଲ ରେ ଶିକ୍ଷକ ନିଯୁକ୍ତି କରିବାପାଇଁ ଦାବି କରିଛନ୍ତି ଗ୍ରାମବାସୀ ।ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ଆହୁରି ବ୍ୟାପକ କାରାଯିବ ବୋଲି ଚେତାବନୀ ଦେଇଛନ୍ତି ତୁଳସୀପୁର ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ