ପିପୁଲସ କଲେଜ ଇତିହାସ ବିଭାଗର ଧର୍ମନୀତି ପାଠଚକ୍ର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ପିପୁଲସ କଲେଜର ଇତିହାସ ବିଭାଗ ପକ୍ଷରୁ”ଆକବରଙ୍କ ଧର୍ମନୀତି” ସମ୍ବନ୍ଧରେ ଏକ ପାଠଚକ୍ର ଶନିବାର ଦିନ ଅନୁଷ୍ଟିତ ହୋଇଥିଲା। ଏହି ପାଠଚକ୍ର କାର‌୍ୟ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ +୩ ୨ୟ ବର୍ଷ କଳା(ସମ୍ମାନ) ଛାତ୍ରୀ ଆରତୀ ସାହୁ ନିବନ୍ଧ ପାଠ କରିଥିଲେ। ତାପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଠଚକ୍ର ପରିଚାଳନାରେ ଅଧ୍ୟପାକ ରବୀନ୍ଦ୍ର କୁମାର ପୋଲାଇ ଓ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ସହଯୋଗ କରିଥିଲେ। ଇ ଦେବୀଶ୍ରୀ ଦୋରା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ