ମହାଗୁରୁୁ ବାଟାଲିୟାନରେ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ଅନନ୍ତପୁର ଗ୍ରାମସ୍ଥିତ ମହାଗୁରୁ ବାଟାଲିୟାନ ପରିସରରେ ଜଗତସିଂହପୁରର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଇନସାଫ ତରଫରୁ ଏକ ବୃକ୍ଷରୋପଣ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବୈଷୟିକ ଉପଦେଷ୍ଟା ଉତ୍କଳ ରଂଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ସମ୍ମାନିତ ଅତିଥିଭାବେ ଶିକ୍ଷକ ପ୍ରକାଶ ରଂଜନ ଦାଶ ପ୍ରମୁଖ ଯୋଗ ଦେଇ ସମାଜରେ ଗଛର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ସହ ମହାଗୁରୁ ବାଟାଲିୟାନର ପ୍ରଶିକ୍ଷାର୍ଥୀମାନେ ବଉଳ, ଗୁଆ, ରକ୍ତ ଚନ୍ଦନ, ଅଁଳା, ହରିଡା ଆଦି ଚାରାରୋପଣ କରିଥିଲେ । ବାବା ସତ୍ୟାନନ୍ଦ ଦାସ ଏବଂ ମହାଗୁରୁ ବାଟାଲିୟାନର ଗୁରୁୁ ସିଲୁ ନାୟକଙ୍କୁ ଇନସାଫ ସଂଗଠନ ପକ୍ଷରୁ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ଗଛକୁ ସୁରକ୍ଷା ଦେବା ସହ ଯତ୍ନ ନେବେ ବୋଲି ସେଠାରେ ଥିବା ପ୍ରଶିକ୍ଷାର୍ଥୀମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରସନ୍ନଜିତ୍‌୍ ସାହୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ