ଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲା ‘ସର୍ଭଫର ପିପୁଲ’ ଟ୍ରଷ୍ଟ

ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସର୍ଭଫର ପିପୁଲ’ ତାର ସମାଜସେବା କାର୍ଯ୍ୟପାଇଁ ସାରା ରାଜ୍ୟରେ ଉଚ୍ଚ ପ୍ରସଂଶିତ ହୋଇଥିବାବେଳେ ଦିଲ୍ଲୀର କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ସର୍ଭଫର ପିପୁଲ ଟ୍ରଷ୍ଟକୁ ସମ୍ବର୍ଦ୍ଧିତ କରାଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ଥଳସେନାର ମୁଖ୍ୟ ଉପାଧ୍ୟକ୍ଷ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି, ଓଡିଶା ମୋ ପରିବାରର ନୋଡାଲ ଅଫିସର ତଥା କଳିଙ୍ଗ ଭାରତୀ ଫାଉଣ୍ଡେସନର ଜାତୀୟ ସଭାପତି ଇଂ ଅକ୍ଷୟ ସାମଲ, ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ସଞ୍ଜିବ ପାଟଯୋଶୀ, ବି.ଏସ.ଏଫ ର ପୁର୍ବତନ ଅତିରିକ୍ତ ସଚିବ ପିକେ ମିଶ୍ର, ଇଂ ସଂଗ୍ରାମ ପାଣିଗ୍ରାହୀ ଅନିଲ ଜେନା ପ୍ରମୁଖ ଯୋଗଦେଇ ସର୍ଭଫର ପିପୁଲର ସଭାପତି ଇଂ ଚନ୍ଦ୍ରମୌଳି ମହାନ୍ତି ଓ ସଦସ୍ୟ ରତ୍ନାକର ବେହେରାଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସର୍ଭଫର ପିପୁଲ ରାଜ୍ୟ ସହିତ ରାଜ୍ୟ ବାହାରେ ଥିବା ଗରିବ, ଅସହାୟ ଲୋକଙ୍କୁ ଅନବରତ ସେବା ଯୋଗାଇ ଆସୁଛି । ଗରିବ ଲୋକମାନଙ୍କୁ ଦେଶ ତଥା ଦେଶ ବାହାରେ ମଧ୍ୟ ଡାକ୍ତରୀ ଚିକିତ୍ସା ଯୋଗାଇବା ସହିତ ଗରିବ ଅସହାୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇ ଆସିଛି । ସେହିପରି ସାମାଜିକ ଗଣମାଧ୍ୟମ ଓ ଟୁଇଟ ଜରିଆରେ ଲୋକଙ୍କ ନାନା ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇ ତାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି । ଏପରି ସମ୍ବଦ୍ଧିତ ହେବା ଅବସରରେ ସଭାପତି ଚନ୍ଦ୍ରମୌଳି ମହାନ୍ତି କହିଛନ୍ତି ଯେ ଏହି ସମ୍ବର୍ଦ୍ଧନା ଆମ ସଂଗଠନକୁ ଅଧିକ ସେବାକାର୍ଯ୍ୟ ପାଇଁ ଆଗକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ