ଶୁଭ୍ରଜ୍ୟୋତି ଦିବ୍ୟାଙ୍ଗ ସଂଘ ପକ୍ଷରୁ ବିଡିଓଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

ହାଟଡିହି, (ବିକାଶ ବିଶ୍ୱାଳ ) : ଶୁଭ୍ରଜ୍ୟୋତି ଦିବ୍ୟାଙ୍ଗ ସଂଘ ପକ୍ଷରୁ ବ୍ଲକ ସଭାଗୃହ ଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସକ୍ଷମ ପରିବାର କେନ୍ଦୁଝରର ଉପସଭାପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶୁଭ୍ରଜ୍ୟୋତି ଦିବ୍ୟାଙ୍ଗ ସଂଘର ଏହି ବୈଠକରେ ସଭାପତି ଜୟକୃଷ୍ଣ ସେଠୀ, ସମ୍ପାଦକ ରଞ୍ଜନ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଜୟକୃଷ୍ଣ ସାହୁ, ନରେନ୍ଦ୍ର କୁମାର ସେନ, ମାଧବାନନ୍ଦ ରାଉତ,ରବିନାରାୟଣ ଦାସ, ପୁର୍ଣ୍ଣିମା ଜେନା, ଜଗନ୍ନାଥ ସେଠୀ, ସୁବ୍ରତ ନାୟକ, ଧମେନ୍ଦ୍ର ବେହେରା, ନରେନ୍ଦ୍ର ସୁତାର, ସୁକାନ୍ତ ସେନାପତି, ମୋହନ କୁମାର ମହାନ୍ତି, ରେବତୀ ନାୟକ, ପ୍ରଫୁଲ କୁମାର ନାୟକ, ନାରାୟଣ ବେହେରାଙ୍କ ସମେତ ବହୁ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ସାମିଲ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ନେଇ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ସାମାଜିକ ସୁରକ୍ଷାରେ ଭିନ୍ନକ୍ଷମ ମାନଙ୍କୁ ଅଗ୍ରାଧିକାର ଦିଆଯିବା, ପ୍ରଧାନମନ୍ତ୍ରୀ ତଥା ବିଜୁ ପକ୍କାଘର ଯୋଜନାରେ ଭିନ୍ନକ୍ଷମ ମାନଙ୍କୁ ପାତର ଅନ୍ତର କରାଯାଉଥିବା, ବସରେ ଯାତାୟତ ପାଇଁ ବସ ପାସର ବ୍ୟବସ୍ଥା, ଭିନ୍ନକ୍ଷମ ମାନଙ୍କୁ ଅନ୍ତୋର୍ଦ୍ଦୟ ଯୋଜନାରେ ସାମିଲ କରିାଯିବ, ଭିନ୍ନକ୍ଷମ ମାନଙ୍କୁ ସହାୟତା ସରଞ୍ଜାମ ପ୍ରଦାନ କରିବା, ଭିନ୍ନକ୍ଷମ ମାନଙ୍କୁ ପାନୀୟଜଳ ସହିତ ସୁଗମ୍ୟ ଶୌଚାଳୟ ପ୍ରଦାନ, ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଲୋନର ବ୍ୟବସ୍ଥା କରାଯିବା, ଭିନ୍ନକ୍ଷମ ମାନଙ୍କ ପରିବାରକୁ ସେମାନଙ୍କ ଘରେ ଗ୍ୟାସ ଯୋଗାଇଦେବା ଆଦି ୮ଦଫା ଦାବିସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ