ଦୁର୍ଗାପୂଜା ଭସାଣୀ ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମରେ ମା’ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୦ ବର୍ଷ ଧରି ଏହି ଗ୍ରାମରେ ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହି ପୂଜା ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା । କପାଳୀ ନଦୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜା କାର୍ଯ୍ୟରେ ନିରଂଜନ ରାଉତ, କୀର୍ତ୍ତନ ରାଉତ, ହରିହର ରାଉତ, ଭଗବାନ ରାଉତ, ପଞ୍ଚାନନ ରାଉତ, ଦିନବନ୍ଧୁ ରାଉତ, ବୃନ୍ଦାବନ ରାଉତ, ବାସନ୍ତୀଲତା ରାଉତ, ଶିଖାରାଣୀ ରାଉତଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ । ପୂଜକ ଫକୀର ମୋହନ ତ୍ରିପାଠୀ, ବିଷ୍ଣୁ ମୋହନ ପଣ୍ଡା, କମଳାକାନ୍ତ ପଣ୍ଡା, ସେବକ ଅନନ୍ତ ବାରିକ ପୂଜା ଦାୟୀତ୍ୱ ତୁଲାଇଥିଲେ ।


