ଦ୍ୱିତୀୟ ବାର୍ଷିକ ବାବା ସତ୍ୟେଶ୍ୱର ସ୍ମାରକୀ କ୍ରୀକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଟିତ
ଘଟଗାଁ,(ନାରାୟଣ ପଲାଇ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ତୋରାଣୀପୋଖରୀ ଗ୍ରାମରେ ବାବା ସତ୍ୟେଶ୍ୱର ସ୍ମାରକି କ୍ରିକେକେଟ୍ କ୍ଲବ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ ଗତ ତା ୨୩.୦୧.୨୦୨୧ ରିଖ ଦିନ ଠାରୁ ଆରମ୍ଭ ହୋଇ ୨୮.୦୧.୨୦୨୧ ରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା । ଏଥିରେ ମୋଟ୍ ୧୬ଟିମ୍ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ କେନ୍ଦେଇପଶୀ ଓ ବକ୍ସିବାରିଗାଁ ଫାଇନାଲ୍ରେ ପ୍ରବେଶ କରିଥିଲେ । ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବକ୍ସିବାରିଗାଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ଟି ୱିକେଟ୍ ହରାଇ ୮୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଅପରପକ୍ଷରେ କେନ୍ଦେଇପଶୀ ୮୪ ରନ୍ର ପିଛା କରି ମାତ୍ର ୨ଟି ୱିକେଟ୍ ହରାଇ ୮୫ ରନ୍ କରି ବିଜୟ ହାସଲ୍ କରିଥିଲା । ଫାଇନାଲ୍ ମ୍ୟାଚ୍ରେ ସ୍କୋରର୍ ଭାବେ ବାବୁ ଦାସ୍, ୟୋଗେଶ ଓ ପାପୁନ ପଣ୍ଡା ଦାୟିତ୍ୱ ନେଇଥିବା ବେଳେ ୱିନିଂ ସଭା କାର୍ଯ୍ୟର ପରିଚାଳନା ରୋହିତ୍ ବେହେରା କରିଥିଲେ ।ଏହି ବାବା ସତ୍ୟେଶ୍ୱର ସ୍ମାରକି କ୍ରିକେଟ୍ ଟୁର୍ଣ୍ଣାମେଂଟ୍ର ଫାଇନାଲ୍ ଦିନରେ ଘଷିପୁରା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଯୁବନେତା ଦେବାଶିଷ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ସମାଜସେବୀ ଅଜିତ୍ କୁମାର ପାଢି, କେନ୍ଦୁଝର ଜିଲ୍ଲା ବିଜୁ ଯୁବ ଉପସଭାପତି ସେକ୍ ଇମ୍ରାନ୍, ଭରତଚନ୍ଦ୍ର ମହାନ୍ତ, ଦମୟନ୍ତି ନାୟକ, ଜିଲ୍ଲା ଛାତ୍ର ସମ୍ପାଦକ ଆଶିଷ୍ ମଣ୍ଡଳ, କିଶୋର ଜେନା, ସମିତି ସଭ୍ୟ ଭରତ ମହାନ୍ତ, ବିଶିଷ୍ଟ କ୍ରିଡାବିତ୍ ବୁଲୁ ପଟ୍ଟାନାୟକ ଓ ପରେଶ କୁଅଁର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲ୍ର ସଭାପତି ଉତମ ନାଏକ, ସମ୍ପାଦକ ରଞିତ୍ ମିଶ୍ର ସମତେ କ୍ଲବ୍ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଂଟଟିକୁ ସୁଚାରୁ ରୂପେ ପାଳିତ କରିଥିଲେ ।