ଧର୍ମପରାୟଣ ମହିଳାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଧର୍ମପରାୟଣ ତଥା ପୁଣ୍ୟବତୀ ମହିଳା ସୁଷମା ନାୟକଙ୍କର ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଉଦାରଚେତା ମହିଳା ଭାବେ ଯେତିକି ପରିଚିତ ଥିଲେ ତତୋଧିକ ଆଦରଣୀୟା ଥିଲେ ହାଟଡିହି ହାଇସ୍କୁଲର ଆଦର୍ଶ ଶିକ୍ଷକ ସ୍ୱର୍ଗତ ଚତୁର୍ଭୁଜ ନାୟକଙ୍କ ସହଧର୍ମଣୀ ଭାବରେ । ତାଙ୍କ ବିୟୋଗରେ ଗ୍ରାମରେ ଏକ ଶୋକର ବାତାବରଣ ଖେଳି ଯାଇଛି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାମିତ୍ରୀ ସେଠୀ, ଅନିଲ କୁମାର ନାକ, ସାହିତ୍ୟିକ ସୁରେନ୍ଦ୍ର ପରିଡର, ଚତୁର୍ଭଜ ସ୍ମୃତି କମିଟିର ସଭାପତି ରତ୍ନାକର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ଆତ୍ମୀୟ ସ୍ୱଜନ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାିଥିବାବେଳେ ପୁତ୍ର ନିରଞ୍ଜନ ନାୟକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ