ନବୋଦୟ ଆଲୁମିନି ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ, (ସୁନୀଲ କୁମାର ବେହେରା):ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନର ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା l ଏହି ଅବସରରେ ସଭାପତି ସୁର ପ୍ରସାଦ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବସନ୍ତ ପାତ୍ର, ଚକ୍ଷୁ ବିଶେଷଜ୍ଞ, ତ୍ରିଲୋଚନ ନେତ୍ରାଳୟ, ଡା. ସୀମା ସିଂହ ପ୍ରମୁଖ ଯୋଗ ଦେଇ ଆଲୁମିନିର ଏଭଳି ଜନହିତକର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ l ସେହିପରି ଏହl ସମସ୍ତଙ୍କ ମଧ୍ୟରେ ଭାଇଚାରା, ସମ୍ପର୍କ, ଅତ୍ମୀୟତା ସୃଷ୍ଟି କରିବାରେ ସହାୟକ ହୋଇଥିବା ସଭାପତି ନାୟକ କହିଥିଲେ l ସଙ୍ଗଠନ ପକ୍ଷରୁ ପୂର୍ବରୁ ଯୁବକ ଯୁବତୀମାନଙ୍କ କେରୀଏର କାଉନସେ ଲିଙ୍ଗ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସଚେତନ ଶିବିର, ପୋଷାକ ବଣ୍ଟନ, ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ରକ୍ତଦାନ ଶିବିର, ଶିଶୁ ଓ ମହିଳା ଅଧିକାର ଦିଗରେ କାର୍ଯ୍ୟ କରିଆସିଛି l ଆଲୁମିନି ସାଧାରଣ ସମ୍ପାଦକ ନୀଳ ମାଧବ ଡିଗାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରମାକାନ୍ତ ଡିଗାଲ, ସମ୍ପାଦକ ବିଚିତ୍ର ମଳିକ, ସିମାଞ୍ଚଳ ଡିଗାଲ, ଦିଲ୍ଲୀପ ପ୍ରଧାନ, ଯୁଗ୍ମ ସମ୍ପାଦକ ଧନଞ୍ଜୟ ଖମାରି, କୋଷାଧ୍ୟକ୍ଷ ଲଲାଟେନ୍ଦୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଲୁମିନିର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଦସ୍ୟମାନେ ଯୋଗ ଦେଇଥିଲେ l ବିଭିନ୍ନ ଗ୍ରାମରୁ ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ମାନେ ଆସି ଚିକିତ୍ସିତ ହେଇଥିଲେ। ସୁନିତା ଦିଗାଲ, ପଙ୍କଜିନି, ସନ୍ତୋଷ ,ସୁକାନ୍ତ ନାୟକ ଓ ଅନ୍ୟ ମାନେ ସହଯୋଗ କରିଥିଲେ।ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ସଭାପତି ନାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ