ନାଉଗାଁରେ ନେତାଜୀ ଜୟନ୍ତୀ ପାଳିତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ନେତାଜୀ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ବାଂଶ ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ବିପ୍ଲବୀ ଯୁବ ସଂଗଠନ ଅଲ ଇଣ୍ଡିଆ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେସନର ନାଉଗାଁ ଶାଖା ପକ୍ଷରୁ ସଂପାଦକ ରୋହିତ କୁମାର ଓଝା,ବିରକିଶୋର ମଲ୍ଲିକ,ରଂଜିତ ଜେନାଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ସଂଗଠନର ଆବାହକ ସୁବାସ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଲଣା ପଂଚାୟତର ପୂର୍ବତନ ସରଂପଚ ନବକିଶୋର ମହାନ୍ତି, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ନାଉଗାଁ ଶାଖା ସଂପାଦକ ବସନ୍ତ ମଲ୍ଲିକ, ବାଲିକୁଦା ଶାଖା ସଂପାଦକ ଆର୍ତ ଦାସ, ଜନସ୍ୱାର୍ଥ ସୁରକ୍ଷା କମିଟି ସଭାପତି ବଂଶୀଧର ବେହେରା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦିକା ବୈଜୟନ୍ତୀମାଳା ସ୍ୱାଇଁ, ଚାଷୀନେତା ଅଜିତ କାଣ୍ଡି ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପାରମ୍ଭରୁ ଛାତ୍ର ଶ୍ରୀମାନ ସୂର୍ଯ୍ୟାଂଶ ବିଦ୍ୟାସାଗର ଓ ଛାତ୍ରୀ ସୁଶ୍ରୀ ସଙ୍ଗୀତା ବିପ୍ଲବୀ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ