ନୂଆଗାଁ ପଂଚାୟତରେ କ୍ଷେତ୍ର ଦିବସ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଜଗତିସଂହପୁର ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ କ୍ଷେତ୍ର ଦିବସ ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତ ଖଇରାବସ୍ତ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜନାର୍ଦ୍ଦନ ବାଲ, ବ୍ଳକ ସହ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ, ଓଭରସିୟର ବିଷ୍ଣୁ ପ୍ରସାଦ ଭୋଳ,ପୂର୍ବତନ ସମିତି ସଭ୍ୟ ଅମରେନ୍ଦ୍ର ଦାସ, କୃଷ୍ଣ ସେଠୀ, ମଧୁସ୍ମିତା ପରିଜା, ୱାର୍ଡ ସଭ୍ୟ ମମତା ଦାସ ଆଦି ଉପସ୍ଥିତ ଥିଲେ । ଚାଷୀମାନେ କିପରି ନିଜେ ଅମଳ କରୁଥିବା ଧାନ, ବିରି, ମୁଗ ଆଦିକୁ ବିଶୋଧନ କରି ସଂରକ୍ଷଣ କରି ରଖିବେ ସେ ବିଷୟରେ ଉପସ୍ଥିତ ଅଧିକାରୀମାନେ କହିବା ସହିତ ବିଶୋଧନ ପକ୍ରିୟାକରଣ ଚାଷୀମାନଙ୍କ ନିକଟରେ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ଶତାଧିକ ଚାଷୀ ଯୋଗ ଦେଇଥିଲେ ।


