‘ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର’ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଇଡ଼ିଦା ଗୋଲକ ନାରାୟଣ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦଙ୍କ ଆନୁକୂଲ୍ୟରେ ଦେ’ପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ ବରିସରରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା । ଉକ୍ତ ଶିବିରକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ପାତ୍ର ଉଦ୍‌ଘାଟନ କରିଥିଲେ । ଶିବିରର ଆବଶ୍ୟକତା ସଂପର୍କରେ ପୁରାତନ ଛାତ୍ର ଶ୍ରୀ ଶଚୀନ୍ଦ୍ର ଦାସ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ୧୦୨ ଜଣ ଚକ୍ଷୁରୋଗୀ ଯୋଗ ଦେଇ ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । କେତେକ ରୋଗୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା ଓ ଅନ୍ୟ କେତେକ ରୋଗୀଙ୍କୁ ପରବର୍ତ୍ତୀ ସମୟରେ ବାଲେଶ୍ୱର ରୋଟାରୀ କ୍ଲବ୍ ଓ ରଙ୍ଗାମାଟିଆ ମହାତ୍ମାଗାନ୍ଧୀ ଚକ୍ଷୁ ଶିବିରକୁ ଯାଇ ନିଃଶୁଳ୍କ ଭାବରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା । ଉକ୍ତ ଶିବିରକୁ ଯୁବ ବିକାଶ ଓ ମୌନ ଧୂତ ଫାଉଣ୍ଡେସନ୍ ତରଫରୁ ସହଯୋଗ କରାଯାଇଥିଲା ଏବଂ ପୁରାତନ ଛାତ୍ରସଂସଦର ଶ୍ରୀ ପରମାନନ୍ଦ ଦାସ, ଶ୍ରୀ ଅଜୟ କୁମାର ଦାଶ, ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଶ୍ରୀ ଗୌରୀଶଙ୍କର ଦତ୍ତ, ଶ୍ରୀ ଭାଗିରଥି ଦାସ, ଶ୍ରୀ ରଜତ ନାରାୟଣ ପ୍ରହରାଜ, ଶ୍ରୀ ଅଶୋକ କୁମାର ଦାଶ, ଶ୍ରୀ ବସନ୍ତ କୁମାର ଜେନା, ଶ୍ରୀ ସତ୍ୟନାରାୟଣ ଦାସ, ଶ୍ରୀ ସଞ୍ଜିବ କୁମାର ଦାସ, ଶ୍ରୀ ସୁଦାମ ଚରଣ ବାରିକ୍‌, ଶ୍ରୀ ହରଗୋପାଳ ସିଂହ, ଶ୍ରୀ ଦେବୀ ପ୍ରସାଦ ଭଞ୍ଜ, ଶ୍ରୀ ରତୀନ୍ଦ୍ର ନାରାୟଣ ପରିଡ଼ା, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ବିଦ୍ୟାଧର ପରିଡ଼ା ପ୍ରଭୃତି କାର୍ଯ୍ୟକର୍ତ୍ତାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏତଦ୍‌ଭିନ୍ନ ଆସନ୍ତା ଫେବୃଆରୀ ୨୦ ତାରିଖ ଗୋଲକ ନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ