ନିତ୍ୟାନନ୍ଦ ପାଠାଗାରର କାର୍ଯ୍ୟକାରୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ନିତ୍ୟାନନ୍ଦ ପାଠାଗାରର କାର୍ଯ୍ଯକାରୀ ବୈଠକ ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସମସ୍ତ ସଭ୍ଯମାନେ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା ଉପଲବ୍ଧି କରି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।ଏଥି ସହିତ ପିଲାଙ୍କ ଭିତରେ ପାଠ ସହ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପାଠାଗାରର ସଂପାଦକ ସୂର୍ଯ୍ୟନାରାୟଣ ପଟନାୟକ, ସହ ସଂପାଦକ କୈଳାଶ ଚଂଦ୍ର ପଟନାୟକ, କୋଷାଧ୍ୟକ୍ଷ ରବି ନାରାୟଣ ଚୌଧୁରୀ,ଉପଦେଷ୍ଟା ମଲ୍ଲିକାର୍ଜୁନ ପଟନାୟକଙ୍କ ସହ ସଭ୍ଯ ସଦାନନ୍ଦ ପଟନାୟକ,ହରିଶ୍ଚନ୍ଦ୍ର ପଟନାୟକ, ବାପି ପଟନାୟକ, ଦୂର୍ଗା ପଟନାୟକ ଓ ବାଇଁସୁ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ