ନୂଆ ଟ୍ରାଫିକ୍ ନିୟମ: ଚପଲ କିମ୍ବା ସ୍ୟାଣ୍ଡେଲ୍ ପିନ୍ଧି ଗାଡ଼ି ଚଳାଇଲେ ଜରିମାନା!
ଲକ୍ଷେ୍ନø: ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକ ବେହାଲ୍, ଟ୍ରାଫିକ୍ ପୁଲିସ୍ ମାଲାମାଲ୍ । ବିଭିନ୍ନ କାରଣକୁ ନେଇ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରିବାରେ ବ୍ୟସ୍ତ ଟ୍ରାଫିକ୍ ପୁଲିସ୍ । ମାତ୍ର ଚପଲ କିମ୍ବା ସ୍ୟାଣ୍ଡେଲ୍ ପିନ୍ଧି ଗାଡ଼ି ଚଳାଇଲେ ବି ଜରିମାନା ଦେବାକୁ ପଡ଼ିବ ବୋଲି କଥାଟି ହୁଏତ ଆପଣ ଶୁଣିନଥିବେ । ଏହିପରି ଏକ ଖବର ସଭିଙ୍କୁ ବେଶ୍ ଚକିତ କରିଛି । ଏ ନେଇ ସମାଜବାଦୀ ପାର୍ଟିର ଜାତୀୟ ମୁଖପାତ୍ର ଆଇପି ସିଂହ ତାଙ୍କ ଟ୍ୱିଟ୍ରେ ଏକ ପୋଷ୍ଟ୍ କରିଛନ୍ତି । ପୋଷ୍ଟରେ ସେ ଏକ ପେପର୍ କଟିଂ ସେୟାର୍ କରିଛନ୍ତି । ସେ ଜାତୀୟ ଗଣମାଧ୍ୟମ ସଂସ୍ଥା ” ଟାଇମ୍ସ’କୁ ସୌଜନ୍ୟ ଦେଇ ଲେଖିଛନ୍ତି, ” ପ୍ର୍ରିୟ ଭାଇଭଉଣୀମାନେ ସତର୍କ ହୋଇଯାଆନ୍ତୁ । ଗାଁର କୃଷକ, ଗରିବ ଛାତ୍ରଛାତ୍ରୀମାନେ ଏବେ ଚପଲ ପିନ୍ଧି ଗାଡ଼ି ଚଳାଇ ପାରିବ ନାହିଁୟ ମୋଦୀ ରାଜ୍ୟରେ ସୁଟ୍-ବୁଟ୍ ପିନ୍ଧି ବାଇକ୍ ଚଲାଇବାକୁ ହେବ । ନଚେତ ଯୋଗୀ ବାବାଙ୍କ ପୁଲିସ୍ ହଜାର ଟଙ୍କାର ଚାଲାଣ କାଟି ଦେବେ । ଆପଣଙ୍କ ଭଙ୍ଗା ଗାଡ଼ିକୁ ନିଲାମ କରିଦେବ ।’


