ନେଟ୍ ଯୁଗରେ କୁମାର ପୂର୍ଣ୍ଣିମା ଫିକା ଫିକା
ଜଗତସିଂହପୁର, (ଅନସୂୟା ରାଉତ):ଧିରେ ଧିରେ ଭାରତୀୟ ପରମ୍ପରା ଲୋପ ପାଇବାକୁ ବସିଲାଣି। ବାରମାସରେ ତେର ପର୍ବ। ଏହି ଆର୍ଷ ବାଣିକୁ ଲୋକେ ଭୁଲି ଗଲେଣି। କେବଳ ମୋବାଇଲ ଫୋନ ଓ ନେଟ୍ ଗେମ୍ ପାଇଁ କୁମାର କୁମାରୀ ଓ ଯୁବପିଢ଼ି ବ୍ୟସ୍ତ ହୋଇ ଯାଇଛି। ଉତ୍କଳର କଳାକୌଶଳ ପ୍ରତି ଆଗ୍ରହ ସୃଷ୍ଟି ହେଉନାହିଁ। ଆଉ ଦିନ କେଇଟା ପରେ କୁମାରୀ ମାନଙ୍କ ମୁଖ୍ୟ ପର୍ବ କୁମାର ପୂର୍ଣ୍ଣିମା ଆସୁଛି। ଏବେ ସବୁ ପୁନେଇ ପର୍ବ କରୋନା ପାଇଁ ଫିକା ଫିକା ଲାଗୁଛି। ଅତୀତରେ କୁମାର ପୂର୍ଣ୍ଣିମା ତିଥିକୁ କୁମାରୀ ମାନେ ଅପେକ୍ଷା କରି ରହୁଥିଲେ। ଏବେ କେବଳ ନାମକୁ ମାତ୍ର କୁମାର ପୂର୍ଣ୍ଣିମା। ଅତୀତରେ ଶିବ ପାର୍ବତୀ ନନ୍ଦନ କାର୍ତ୍ତିକେୟଙ୍କ ପରି ସୁନ୍ଦର ବରଟିଏ ପାଇବା ପାଇଁ କୁମାରୀମାନେ ନିଷ୍ଠାପର ଭାବେ କୁମାର ପୂର୍ଣ୍ଣିମା ପର୍ବକୁ ପାଳନ କରୁଥିଲେ। ଏବେ ମିସ୍ କଲ୍ ରୁ ପତିପତ୍ନୀ ମିସ୍ କଲ ରୁ ଘର ସଂସାର। ନା ମାନସିକ ନା ପୂଜା ପାଠ। ଦୀର୍ଘଦିନ ଧରି ଦେଖାଯାଉଛି କାନ୍ଧରେ ଭାର ବୁହା ନାହିଁ। କୁମାର ପୂର୍ଣୀମାର ଗୁଡ ଜୁଆଣି ବାଦାମ ନଡିଆ ପାତି ମିଶା ନାଲି ଉଖୁଡ଼ା ନାହିଁ। ଏବେ ଯେଉଁ ଉଖୁଡ଼ା ମିଠା ପ୍ରଭୃତି ବସ୍ତା ବା ପେଟିରେ ଝିଅ ଘରକୁ ଯାଉଛି ଲୋକ ଓ ସମୟ ଅଭାବରୁ ଝିଅ ଘର ଲୋକେ ସେସବୁ ଉଖୁଡା, ମିଠା, ଫେଣି, ଲବଙ୍ଗ ଲତା ସେହି ଦିନ ବଣ୍ଟା ବଣ୍ଟି କରିଦେଉଛନ୍ତି। ଯେଉଁ ବଣ୍ଟନ ବ୍ୟବସ୍ଥା କୁମାର ପୂର୍ଣ୍ଣିମା ତିଥିର ଯଥେଷ୍ଟ ପୂର୍ବରୁ ଶେଷ ହେଉଛି। ଦୁଇ ଦିନ ତିନି ଦିନ ପରେ ବୃନ୍ଦାବତୀ ନିକଟରେ ଭୋଗ ହେଉଅଛି। ଏଣୁ ଏହି ବିଜ୍ଞାନ ଯୁଗର କୁମାରୀମାନେ କୁମାର ପୂର୍ଣ୍ଣିମା ପ୍ରତି ଆଗ୍ରହ ପ୍ରଦର୍ଶନ କରୁନାହାଁନ୍ତି।


