ତିର୍ତ୍ତୋଲ ଧୋୟା ଅଞ୍ଚଳରେ କଂଗ୍ରେସର ରାଲି ସହ ସଭା
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେଡି ତରଫରୁ ମଙ୍ଗଳବାର ତିର୍ତୋଲ ବ୍ଲକ ଧୋୟା ଅଞ୍ଚଳରେ ଥିବା ପାଞ୍ଚ ପଞ୍ଚାୟତରେ ରାଲି ଓ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ତରଫରୁ ଏକ ରାଲି କୃଷ୍ଣାନନ୍ଦପୁର ପଞ୍ଚାୟତରୁ ବାହାରି ବିଷୁନପୁର, କନିମୁଳ, ଦାଇଁଲୋ ଓ ଗୋପାଳପୁର(ଶ) ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏହାପରେ ଗୋପାଳପୁର(ଶ) ପଞ୍ଚାୟତର ଖଇଫୁଟା ମହାଦେବଙ୍କ ପୀଠରେ ଏକ ନିର୍ବାଚନୀ ସଭା ଆୟୋଜନ ହୋଇଥିଲା। ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ତିର୍ତ୍ତୋଲର ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ, ପୂର୍ବତନ ବିଧାୟକ ତଥା ଦଳିୟ ପ୍ରବକ୍ତା ଗଣେଶ୍ବର ବେହେରା, ପୂର୍ବତନ ଜିଲାପରିଷଦ ଦେବବ୍ରତ ବେହେରା, ପୂର୍ବତନ ସମିତି ସଭ୍ୟ ବରଦା ପ୍ରସନ୍ନ ଦାସ ମିହିର ମଲ୍ଲ, ଶଙ୍ଖେଶ୍ବର ପଞ୍ଚାୟତ ସଭାପତି ସୁରେନ୍ଦ୍ର ନାଥ ଜେନା, କାର୍ଯ୍ୟକାରୀ ହଭାପତି ଅଜୟ କୁମାର ସାହୁ, କେଦାର ଗୋଚ୍ଛାୟତ, ଆଲୋକ ପୃଷ୍ଟି, ସୟନ ରାଉତ, ନିରଞ୍ଜନ ବିଶ୍ବାଳ, ରବିନ୍ଦ୍ର ବିଶ୍ବାଳ,ଗୋପାଳ ମଲ୍ଲ ପ୍ରମୁଖ ଦଳିୟ ପ୍ରାର୍ଥି ଇଂ ହିମାଂଶୁ ଭୁଷଣ ମଲ୍ଲିକଙ୍କୁ ବିଜୟୀ କରିବାକୁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।


