ପାଣିରେ ପଡିଲା ୬୦ଲକ୍ଷ-ନବ ନିର୍ମିତ ଘରର ଛାତରୁ ପାଣି ଗଳୁଛି
ହାଟଡ଼ିହି, (ବିକାଶ ବିଶ୍ୱାଳ) : ଏନ.ଏଚ.ଏମ ଅଧିନରେ ୬୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ଏକ ଡାକ୍ତରଖାନା ଘରର ଛାତରୁ ପାଣି ଗଳୁଛି । ଘରର କାମ ସମ୍ପୁର୍ଣ୍ଣ ହୋଇ ନଥିବାବେଳେ ଛାତରୁ ପାଣିଗଳିବା ଘଟଣା ଘରର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବରରୁ ଜଣାଯାଇଛି ଯେ ‘ଓମବାଡସ’ ଅନୁଦାନରେ ଏନ.ଏଚ.ଏମ ତରଫରୁ ହାଟଡିହି ବ୍ଲକ ସୋସୋ ଡାକ୍ତରଖାନାରେ ୬୦ଲକ୍ଷ ଟଙ୍କା ବ୍ୟୟରେ ଏକ କୋଠାଘର ନିର୍ମାଣ ଚାଲିଛି । ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ କାମ ଚାଲିଥିବାବେଳେ ଗତ କିଛିଦିନ ତଳେ ଏହି ଘରର ଛାତ ପକାଯାଇ ଥିଲା । ଛାତ ପକାଇବାର ଗୋଟିଏ ମାସ ବିତିଛି କି ନାହିଁ କିନ୍ତୁ ଏହା ଭିତରେ ଛାତରୁ ପାଣି ଗଳିବା ଆରମ୍ଭ କଲାଣି । ଗୋଟିଏ କି ଦୁଇଟି ସ୍ଥାନ ନୁହଁ ୬/୭ଟି ସ୍ଥାନରେ ପାଣି ଗଳୁଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ର୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ କିଛି ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳ ଓ ୫ଟି ସଚିବଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସରକାର ଯଦି କୌଣସି ପଦକ୍ଷେପ ନନେବେ ତେବେ ୬୦ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେବ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଙ୍କୁ ପଚାରିବାରେ ସେ ସଟ୍ରିଂ ଖୋଲିବା ଦିନ ସେ ଏପରି ହୋଇଥିବା ଦେଖିବାକୁ ପାଇଥିଲେ । ତେଣୁ ପୁନର୍ବାର ଏହା ଉପରେ ଗ୍ରେଡିଂ କରାଯାଇ ଘରଟିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ।


