ପଞ୍ଚାୟତ କାର୍ଯ୍ୟାଳୟ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁଵୃର୍ତ୍ତ
ରାଇରଙ୍ଗପୁର( ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଫିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଖଡ଼ମବେଡା ପଞ୍ଚାୟତ କାର୍ଯ୍ୟାଳୟରୁ ସୋମବାର ରାତିରେ ଦୁର୍ବୁର୍ତ୍ତ ମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରିନେଇଛନ୍ତି। ଦୁର୍ବୁର୍ତ୍ତଙ୍କୁ ଠାବ କରିବା ପାଇଁ ବିଶୋଇ ପୋଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ କରିଛି।ସୂଚନାମୁତାବକ,ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ୪୯ ନଂ ଜାତୀୟ ରାଜପଥ କଡ଼ରେ ଶୁନଶାନ୍ ସ୍ଥାନରେ ଥିବା ଖଡମବେଡା ପଞ୍ଚାୟତ କାର୍ୟ୍ୟାଳୟ ମଧ୍ୟରେ ପ୍ରବେଶ କରି ଦୁର୍ବୁର୍ତ୍ତ ମାନେ ପ୍ରଥମେ ଅଫିସ ଗୃହର ମୁଖ୍ୟ ଲୁହାଗେଟ ତାଲା ତାଡିବା ପରେ ଜି.ଆର.ଏସ ଗୃହର ତାଲା ତାଡି ଜି.ଆର.ଏସ କକ୍ଷ ମଧ୍ୟକୁ ପଶିଥିଲେ।ପରେ କକ୍ଷ ମଧ୍ୟରେ ଥିବା ୨ ଗୋଟି ଇନଭାଇଟର ବ୍ୟାଟେରୀ,ଗୋଟିଏ ଇନଭାଇଟର ମେସିନ,ଗୋଟିଏ କମ୍ପୁଟର ସେଟ, ଗୋଟିଏ ଲେଜର ଜେଟ,ଗୋଟିଏ ପ୍ରିଣ୍ଟର ଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରିନେଇଥିଲେ। ଛାତ ଉପରେ ଏକ ସୋଲାର ପ୍ଲେଟକୁ ଖୋଲି ରଖିଥିବା ବେଳେ ଘଟଣା ସ୍ଥଳରେ ଛାଡି ପଳାଇଥିଲେ। ପ୍ରତ୍ୟେକଦିନ ଭଳି ଆଜି ମଧ୍ୟ ସକାଳୁ ରାସନ ସାମଗ୍ରୀ ନେବା ପାଇଁ ପଞ୍ଚାୟତ ବାସୀଙ୍କ ଭିଡ଼ ଜମିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀ ଅଫିସ ଗୃହର ତାଲା ଖୋଲୁଥିବା ସମୟରେ ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ।ଏହି ବିଷୟରେ କର୍ମଚାରୀ ଜଣଙ୍କ ଖଡ଼ମବେଡା ସରପଞ୍ଚ ଅମର ସିଂ ଟୁଡୁ ଓ ପଞ୍ଚାୟତ ଅଧିକାରୀ ଶ୍ରୀକାନ୍ତ ଭୋଳଙ୍କୁ ଖବର ଦେଇଥିଲେ।ଖବର ପାଇବା ପରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ବିଶୋଇ ପୋଲିସକୁ ଖବର ଦେଇଥିଲେ ।ପରେ ଘଟଣା ସ୍ଥଳକୁ ବିଶୋଇ ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକଙ୍କ ନେତୃତ୍ୱରେ ପୋଲିସ ଟିମ ସମେତ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ଘଟଣାର ଛାନବିନ କରିଥିଲେ।ଏହି ଘଟଣାକୁ ନେଇ କାର୍ଯ୍ୟାଳୟ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦେବା ପରେ ବିଶୋଇ ଥାନାରେ କେସ ନଂ ୧୧୭/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ପୋଲିସ ଘଟଣାର ଛାନବିନ ଚଲାଇଛି। ବଶୋଇ ରାଜପଥରେ କିଛିଦିନ ହେଲା ରାଜପଥ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି ।ତେଣୁ ପୋଲିସ ତରଫରୁ ପେଟ୍ରୋଲିଂକୁ ଗୁରୁତ୍ଵ ଦେବାପାଇଁ ସାଧାରଣରେ ଦାବି ହେଉଛି ।


