ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଟିଆସ୍ଥିତ ରାଜା ମଧୁସୂଦନ ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ପ୍ରଥମ ବର୍ଷର ପିଲାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ପ୍ରଥମେ ପିଲାମାନେ ଅତିଥିମାନଙ୍କୁ ବିବେକାନନ୍ଦଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାରେ ସ୍ୱାଗତ ସଙ୍ଗୀତ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ଅଧ୍ୟକ୍ଷତା କରି ଓଡ଼ିଆ ବିଭାଗର ଇତିହାସ ସହିତ କଲେଜକୁ କିପରି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗର ଉତ୍ତରତ୍ତୋର ଉନ୍ନତି ହୋଇଛି, ସେ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଇଂରାଜୀ ଖବର କାଗଜ ‘ଓଡ଼ିଶା ଚଏସ୍’ର ସମ୍ପାଦକ ସାରଦା ପ୍ରସାଦ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାଷା, ସାହିତ୍ୟର ଉନ୍ନତି ପାଇଁ ପିଲାମାନେ କିପରି କାମ କରିବେ ଓ ତା ମାଧ୍ୟମରେ ନିଜର ଜୀବନକୁ ସୁସଂଗଠିତ କରି ସାହିତ୍ୟର ମାନ ରିଖିବେ, ସେ ବିଷୟରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ଚନ୍ଦନ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ଅର୍ଥନୀତି ସହିତ ସାହିତ୍ୟର ସମ୍ବନ୍ଧ ସମ୍ପର୍କରେ ପଲାମାନଙ୍କୁ ଅବଗତ କରିବା ସହିତ ନିଜର ଭବିଷ୍ୟତ ଗଠନ ପାଇଁ ଅଧିକ ପଠନ ଓ ଲିଖନ ଉପରେ ଗୁରୁତ୍ୱାରୋପ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟ।।ପକ ସୁନିଲ କୁମାର ସେଠୀ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ କବିତା ଓ ଗଳ୍ପ ମାଧ୍ୟମରେ ନିଜର ମନର କଥା ପ୍ରକାଶ କରିବା ପାଇଁ ପ୍ରେରଣା ଦେଇଥିଲେ । ବିଭାଗର ମୁଖ୍ୟ ଡ. ରମେଶ ଚନ୍ଦ୍ର ବେହେରା ସଭାକୁ ପରିଚାଳନା କରିବା ସହିତ ଓଡ଼ିଆ ବିଭାଗର ୨୦୧୩ରୁ ଆଜି ପର୍ଯ୍ୟନ୍ତ ବିଭାଗର ଗତିଶୀଳତାକୁ ପିଲାମାନଙ୍କୁ କହିବା ସହିତ ଓଡ଼ିଆ ଭାଷା ସାହିତ୍ୟ ମାଧ୍ୟମରେ ଜୀବନର ସବୁ ସୁଖକୁ କିପରି ଆପଣାଇ ହେବ, ସେ ବଷୟରେ ଉଦ୍ବୋଧନ ଦେଇଥିଲେ । ବିଭାଗର ଅଧ୍ୟାପିକା ଡ. ସ୍ୱର୍ଣ୍ଣପ୍ରଭା ଦାସ ପିଲମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ପାଠ ସହିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପିଲାମାନେ କିପରି ଭାଗ ନେଇପାରିବେ, ସେ ବିଷୟରେ ଆହ୍ୱାନ ସୃଷ୍ଟି କରିଥିଲେ । ତୃତୀୟ ଓ ଦ୍ୱିଦୀୟ ବର୍ଷରପିଲାମାନେ ପ୍ରଥମ ବର୍ଷର ପିଲାଙ୍କୁ ସ୍ୱାଗତ କରିବା ଅବସରରେ ସେମାନଙ୍କୁ ଉପହାର ସ୍ୱରୂପ ଶ୍ରୀ ଜଗନ୍ନାଥ, ଶ୍ରୀଗଣେଶ, ମା ସରସ୍ୱତୀଙ୍କର ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ସବୁ ପିଲା ସାମିଲ୍ ହୋଇଥିଲେ । ଶେଷରେ ସ୍ୱସ୍ତିକା ଘୋଷ, ଶାନ୍ତିଲତା ମାଇତି, ମୁସ୍କାନ ରାଉତ, ଇପ୍ସା ଦାସ, ସୂର୍ଯ୍ୟକାନ୍ତ ଶତପଥି, ବିଶ୍ୱରଞ୍ଜନ, ମାନସ ସହିତ ଅନେକ ପିଲା ଭାଗ ନେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ପିଲାଙ୍କ ତରଫରୁ ସ୍ୱସ୍ତିକା ଘୋଷ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।


