ପଟିଆ ଛକରେ ନେତାଜୀଙ୍କ ୧୨୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ଦିନ ପଟିଆ ଛକରେ ବିଶ୍ୱ ଦରବାରରେ ଅଦ୍ୱିତୀୟ ବ୍ୟକ୍ତି, ଯାହାଙ୍କର ଶ୍ରାଦ୍ଧ ଦିବସ ନାହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପାଳନ କରାଯାଥିଲା । ବିଶ୍ୱରେ ଅନେକ ବ୍ୟକ୍ତି ଅଛି ଯାହାଙ୍କର ଜନ୍ମ ଦିବସ ଓ ଶ୍ରାଦ୍ଧ ଦିବସ ପାଳନ କରାଯାଏ । ଓଡ଼ିଶା ମାଟିରେ କଟକ ସହରରେ ନେତାଜୀ ଜନ୍ମଗ୍ରହଣ କରିଥିଲେ । ଯାହାଙ୍କର ବିଶ୍ୱ ଦରବାରରେ ଶ୍ରାଦ୍ଧ ଦିବସ ପାଳନ କରାଯାଏ ନାହିଁ । ଯାହାଙ୍କର ଆଜି ପର୍ଯ୍ୟନ୍ତ ମୃତ୍ୟୁର ଉନ୍ମୋଚନ ହୋଇପାରିଲା ନାହିଁ ବୋଲି ଅଭୟ ବଡ଼ଜେନା ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାମଲ, ଜିତନ ରାୟ, ଗୌରାଙ୍ଗ ଜେନା, ବିଚିତ୍ରାନନ୍ଦ ପାତ୍ର, ରଞ୍ଜନ କୁମାର ଜେନା, କୈଳାସ ସାହୁ, ଅଦ୍ୱୈତ ଚମ୍ପତି, କୁନା କୁମାର ଜେନା, ସୁନିଲ ସାମଲ ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ