ପତ୍ନୀ ହିଡିମ୍ବାଙ୍କ ଯାଦୁ ଆଇନାରେ ଭୀମଙ୍କୁ ଦିଶିଥିଲା ପାଞ୍ଚାଳୀଙ୍କ ମୁହଁ

ମହାଭାରତର ଦ୍ରୌପଦୀଙ୍କ ଚରିତ୍ର ବିଷୟରେ ଅଳ୍ପ ବହୁତ ପ୍ରାୟ ସଭିଙ୍କୁ ଜଣା । ପାଞ୍ଚ ପୁରୁଷଙ୍କୁ ପତି ରୂପେ ବରଣ କରି ମଧ୍ୟ ପୁରାଣର ଅନେକ ସତୀ ନାରୀଙ୍କ ମଧ୍ୟରୁ ଦ୍ରୌପଦୀ ଅନ୍ୟତମ । ତାଙ୍କୁ ନେଇ ମହାଭାରତରେ ଅନେକ କାହାଣୀ ରହିଛି । ଆଜି ଆଲୋଚନା କରିବା ହିଡିମ୍ବାଙ୍କ ଯାଦୁ ଆଇନା ବିଷୟରେ । ମହାଭାରତରେ ବର୍ଣ୍ଣିନା ଅଛି ଯେ ଭୀମଙ୍କ ପତ୍ନୀ ହିଡିମ୍ବାଙ୍କର ଏକ ଯାଦୁ ଆଇନା ଥିଲା । ସେହି ଆଇନା ଜରିଆରେ ସେ ଲୋକଙ୍କ ମନ କଥାକୁ ପଢ଼ିପାରୁଥିଲେ । ସେ ସବୁବେଳେ ଭୀମଙ୍କ ମନରେ ତାଙ୍କ ଛବି ଦେଖିବାକୁ ଚାହୁଁଥିଲେ । ଥରେ ଭୀମଙ୍କ ସାମ୍ନାରେ ସେହି ଯାଦୁ ଆଇନା ଆଣି ରଖିଲେ । ଦେଖିବାକୁ ପାଇଲେ ଯେ ଆଇନାରେ ତାଙ୍କ ମୁହଁ ବଦଳରେ ଦ୍ରୌପଦୀ ମୁହଁ ଦିଶିଲା । ରାଗରେ ଆସି ହିଡିମ୍ବା ଭୀମଙ୍କୁ ସେହି ଆଇନା ଦେଇଦେଲେ । ଭୀମ ସେହି ଆଇନା ଆଣି ଦ୍ରୌପଦୀଙ୍କୁ ଦେଲେ । ଦୌପଦୀ ନିଜ ମନର ପରୀକ୍ଷା ନେବା ଉଦ୍ଦେଶ୍ୟରେ ସେହି ଆଇନାରେ ତାଙ୍କ ମୁହଁ ଦେଖିଲେ । ଦ୍ରୌପଦୀ ଭାବିଥିଲେ ସେହି ଆଇନାରେ ହୁଏତ ଅର୍ଜୁନଙ୍କ ମୁହଁ ଦିଶିପାରେ । କାରଣ ହିଡିମ୍ବାଙ୍କ ସେହି ଯାଦୁ ଆଇନାରେ ନିଜ ମନର ମଣିଷର ଛବି ଦିଶେ । ମାତ୍ର ଦୌପଦୀ ସେହି ଆଇନା ଦେଖିବା ବେଳେ ଅର୍ଜୁନଙ୍କ ପରିବର୍ତ୍ତେ କର୍ଣ୍ଣଙ୍କ ମୁହଁ ଦିଶିଥିଲା, ଯାହାକୁ ଦେଖି ଚମକି ପଡ଼ିଲେ ଦ୍ରୌପଦୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ