୬୭,୪୯୦ଟଙ୍କାର କଏନ୍ ଦେଇ ସ୍କୁଟି କିଣିଲେ ଯୁବକ

କୌଣସି ଜିନିଷର ଦାମ୍ ୫୦,୦୦୦ଟଙ୍କାରୁ ଅଧିକ ହେଲେ ଆମେ ଡେବିଟ୍ ବା କ୍ରେଡିଟ୍ କାର୍ଡର ବ୍ୟବହାର କରିଥାଉ । କିନ୍ତୁ ମଧ୍ୟପ୍ରଦେଶର ସତନାରେ ରହୁଥିବା ଜଣେ ଯୁବକ କରିଥିବା କାମ ଏବେ ସମସ୍ତଙ୍କୁ ଚମକାଇଛି । ଦୀପାବଳି ଅବସରରେ ସେ ନିଜ ଘରକୁ ହୋଣ୍ଡା ଆକ୍ଟିଭା ଆଣିବା ଆଶାରେ ସୋ’ରୁମ୍‌ରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ହାତରେ ଥିବା ବଡ଼ ବ୍ୟାଗ୍ ଦେଖି ସୋ’ରୁମ୍ କର୍ମଚାରୀ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । କିନ୍ତୁ ପରେ ବ୍ୟାଗ୍ ଭିତରେ ଥିବା କଏନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏତେ କଏନ୍ କାହିଁକି ଆଣିଛନ୍ତି ବୋଲି ପଚାରିଥିଲେ । ଏହା ପରେ ଯୁବକ ଜଣଙ୍କ ଗାଡ଼ି କିଣିବାକୁ ଆଣିଛି ବୋଲି କହିବା ପରେ ଥକ୍କା ମାରି ସବୁ କର୍ମଚାରୀ ବସିପଡ଼ିଥିଲେ । କାରଣ ୬୭,୪୯୦ଟଙ୍କା ଗଣିବା ସହଜ ନଥିଲା ।
ସତନାରେ ରହୁଥିବା ରାକେଶ କୁମାରଙ୍କ କହିବା ଅନୁଯାୟୀ, ଦୀପାବଳି ପାଇଁ ମୁଁ ମୋ ନିଜକୁ ଓ ମୋ ପରିବାରକୁ ଏକ ହୋଣ୍ଡା ଆକ୍ଟିଭା ଉପହାରରେ ଦେବାକୁ ଚାହୁଁଥିଲି । ମୋତେ ଯାତାୟାତ କରିବାରେ ସୁବିଧା ହେବ ବୋଲି ଭାବି ଘରେ ଥିବା ୬୭,୪୯୦ଟଙ୍କାର କଏନ୍ ନେଇ ସୋ’ରୁମ୍‌ରେ ପହଞ୍ଚିଥିଲି । କାରଣ ମୁଁ ଏକା ଥରକରେ ସବୁ ଟଙ୍କା ଦେବାକୁ ଚିନ୍ତା କରିଥିଲି । ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ୩ ଘଣ୍ଟା କାଳ କଏନ୍‌ଗୁଡ଼ିକୁ ଗଣିବା ପରେ ମୋତେ ଗାଡ଼ି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ