ପରିବେଶ ସୁରକ୍ଷା ପାଇଁ ବୃଦ୍ଧ ଦମ୍ପତ୍ତିଙ୍କ ଅଭିନବ ପ୍ରୟାସ

ହାଟଡ଼ିହି, (ବିକାଶ ବିଶ୍ୱାଳ): ପରିବେଶ ସୁରକ୍ଷା ପାଇଁ ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗାଁର ବୃଦ୍ଧ ଦମ୍ପତ୍ତିଙ୍କ ଅଭିନବ ଉଦ୍ୟମ ଏବେ ବେଶ ପ୍ରସଂଶନୀୟ ହୋଇଛି । ଗାଁର ବୃଦ୍ଧ ଦମ୍ପତ୍ତି ଗୟାଧର ପୃଷ୍ଟି ଓ ତାଙ୍କ ପତ୍ନୀ ଶକୁନ୍ତଳା ପୃଷ୍ଟି ଗ୍ରାମର ପୋଖରୀ ହୁଡା, ସ୍କୁଲ ପରିସର, ମା ତାରିଣୀ ମନ୍ଦିର ପଡିଆ, ଓରାଳି ଶାଳଣିଆଁ ରାସ୍ତାର ଉଭୟ ପାଶ୍ୱର୍ରେ ଆଜି ପର୍ଯ୍ୟନ୍ତ ପାଞ୍ଚ ଶହରୁ ଉର୍ଦ୍ଧ ଆମ୍ବ, ନିମ୍ବ, ବର, ପଣସ, ଲେମ୍ବୁ, ପିଜୁଳି, ବଉଳ ଆଦି ଗଛ ଲଗାଇ ସେଗୁଡିକୁ ବଡ କରିବା ସହିତ ସବୁଜିମାରେ ପରିପୁର୍ଣ୍ଣ କରିଛନ୍ତି । ସେ ନିଜେ ଲଗାଇଥିବା ଗଛକୁ ତାରଜାଲି ଦେଇ ଆବଦ୍ଧ କରି ବଡ କରିବା ସହିତ ସଠିକ ଦାୟିତ୍ୱ ନେଉଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଗଛ ସେବାରେ ଦିନ କାଟୁଛନ୍ତି । ଏହାଦ୍ୱାରା ସବୁଜ ପରିବେଶ ସୃଷ୍ଟି ହେବାସହ ଲୋକମାନେ ବିଶୁଦ୍ଧ ଅମ୍ଳଜାନ ପାଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେମାନଙ୍କର ବିଶ୍ୱାଷ ଯେ ଏହାଦ୍ୱାରା ଆଗାମୀ ପିଢ଼ୀ ସେମାନଙ୍କୁ ଏହି ବୃକ୍ଷ ମାଧ୍ୟମରେ ମନେ ରଖି ପାରିବ । ପ୍ରଶାସନିକ ସ୍ତରରେ ସେମାନଙ୍କ କାର୍ଯ୍ୟ ପରିଦର୍ଶନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଜଂଗଲ ବିଭାଗ ପକ୍ଷରୁ ସେମାନଙ୍କୁ ଗଛ ଚାରା ଓ ସୁରକ୍ଷାବାଡ ପ୍ରଭୃତି ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ଆହୁରି ଅଧିକ ସଂଖ୍ୟକ ଗଛ ଲଗାଇବା ସହିତ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିପାରିବେ ବୋଲି ଗ୍ରାମର ନିରାକାର ସାମଲ, ପ୍ରଶାନ୍ତ ମଲ୍ଲିକ, ସୋମନାଥ ଜେନା, ବୀରବର ପାତ୍ର ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ