ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତ ଅନ୍ତର୍ଗତ ଉଲ୍ଲାଭଦ୍ରା ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉନ୍ମୋଚନ କରିଥିବାର ଜଣାପଡିଛି । ଏହି ପ୍ରତିମୂର୍ତ୍ତି ଉଲ୍ଲାଭଦ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାପିତ ହୋଇଛି । ଏଥି ଉପଲକ୍ଷେ ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀରାଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମମୟ ଜୀବନି ଉପରେ ଆଲୋକପାତ କରିଥିଲେ । ଏହି ଉନ୍ମଚନ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସୀମାଦ୍ରୀ, ଅଲଡା ସରପଞ୍ଚ ବାସନ୍ତୀ ଶବର, ଅଲଡା ସମିତି ସଭ୍ୟା ନଳିନୀ ପ୍ରବା ମହାଙ୍କୁଡ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହି ମହାପୁରଷଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପାର ବହୁ କର୍ମୀ ଉପସ୍ଥିତଥିଲେ । ସେହିପରି ଉକ୍ତ ଗ୍ରାମର ହନୁମାନ ମନ୍ଦିରର ପୁନଃ ନିର୍ମାଣ ପାଇଁ ବିଧାୟକ ଶ୍ରୀ ରାଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାର ମଧ୍ୟ ଜଣାପଡିଛି ।


