ପାରଳାର ଆନ୍ଧ୍ର ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ବିଭିନ୍ନ ତନଖି ଫାଟକରେ କଡ଼ାକଡ଼ି ଭାବେ ଗାଡ଼ିମୋଟର ଯାଞ୍ଚ ହେଉଥିବା ବେଳେ ଓଡ଼ିଶାରେ ଥୂବା ବିଭିନ୍ନ ତନଖ୍ ଫାଟକରେ ଯାଞ୍ଚ ଢିଲା ରହିଥିବା ଅଭିଯୋଗ ହୋଇଛି। ସୀମାନ୍ତ ଆନ୍ଧ୍ରର ମିଳିଆପୁଟି ପୁଲିସ ପକ୍ଷରୁ ତନଖ୍ ଫାଟକରେ ଓଡ଼ିଶା ତଥା ଗଜପତି ଜିଲ୍ଲାରୁ ଯାଉଥିବା ବିଭିନ୍ନ ଯାନବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି । ସେଠାକାର ପୁଲିସ, ଅବକାରୀ ଓ ବିଭିନ୍ନ ଟିମ୍ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। ହେଲେ ଓଡ଼ିଶା ତଥ ଗଜପତି ଜିଲ୍ଲା ସୀମାନ୍ତଗୁଡ଼ିକରେ ଥିବା ତନଖ୍ ଫାଟକରେ ଆନ୍ଧ୍ର ପଟରୁ ଆସୁଥ୍ବା ଗାଡ଼ିମୋଟରକୁ ସେପରି ଯାଞ୍ଚ କରାଯାଉ ନାହିଁ | ଆନ୍ଧ୍ରରେ ହେଉଥିବା ଏହି ଯାଞ୍ଚ ପ୍ରକ୍ରିୟା ପ୍ରାୟ ୧୦ରୁ ୧୫ ମିନିଟ ଲାଗୁଥିବା ବେଳେ ଓଡ଼ିଶାରେ ମାତ୍ର ଦୁଇରୁ ତିନି ମିନିଟ ଯାଞ୍ଚ ହେଉଥିବାର ପ୍ରକାଶ କରିଛନ୍ତି ପଥଚାରୀ |


