ପାରଳା ମହାରାଜା ହାଇସ୍କୁଲର ଉନ୍ନତି ପୀଇଁ ପୁରାତନ ଛାତ୍ର ୫୦ହଜାର ଟଙ୍କା ପ୍ରଦାନ କଲେ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-ପାରଳା ମହାରାଜା ହାଇସ୍କୁଲର ଉନ୍ନତି ପାଇଁ ଏହି ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ପୁରାତନ ଛାତ୍ରଙ୍କ ନାମ ସୁରେନ୍ଦ୍ର କୁମାର ରଥ । ମହାରାଜା ହାଇସ୍କୁଲରେ ସୁରେନ୍ଦ୍ର କୁମାର ରଥ ବିଦ୍ୟାର୍ଜନ କରି ଜଣେ ଦକ୍ଷ ଡାକ୍ତର ହୋଇପାରି ଥିଲେ । ସେ ବର୍ତ୍ତମାନ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଡାକ୍ତରଖାନାରେ ବିଭିନ୍ନ ରୋଗୀଙ୍କୁ ସେବା ଯୋଗାଇ ବେଶ ଲୋକପ୍ରୀୟ ଅର୍ଜନ କରିଛନ୍ତି । ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ନେଇ ଡାକ୍ତର ରଥ ନିଜକୁ ସାମିଲ କରି ମହାରାଜା ହାଇସ୍କୁଲର ଉନ୍ନତି ପାଇଁ ନିଜ ପାରିଶ୍ରମିକରୁ ୫୦ହଜାର ଟଙ୍କା ମୋ ସ୍କୁଲ ଅଭିଯାନ ପାଇଁ ପ୍ରଦାନ କରିଛନ୍ତି । ଏହି ଅନୁଦାନ ପ୍ରଦାନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଡା.ରଥଙ୍କ ଏଭଳି ଅନୁଦାନ ପ୍ରଦାନ ଓ ମହାରାଜା ସ୍କୁଲର ଉନ୍ନତି କାମନା କରିବା ନେଇ ହାଇସ୍କୁଲର ପୁରାତନ ଛାତ୍ର ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ ଧ୍ୱଜ ଚୌଧୁରୀ,ସାଧାରଣ ସଂପାଦକ ତାରିଣୀ ପ୍ରସାଦ ପଣ୍ଡା,ସାମ୍ବାଦିକ ଗଣେଶ ରାଜୁ,ରଶ୍ମିରଂଜନ ମିଶ୍ର,ଜଗଦୀଶ ପଣ୍ଡା,ବୀର କୀଶୋର ପଟ୍ଟନାୟକ ପ୍ରମୁଖ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।


