ପାରାଦୀପରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ସାଇବର ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ରେ ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ର ସମସ୍ତ ଜିଲ୍ଲାରେ ସାଇବର ସଚେତନତା ରଥ ପରିକ୍ରମା କରୁଛି l ଏହି ପରିପ୍ରେକ୍ଷୀରେ ଶନିବାର ଦିନ ସକାଳେ ସାଇବର ସଚେତନତା ରଥ ପାରାଦୀପ ର ଆଦର୍ଶ ଥାନା ନିକଟରେ ପହଞ୍ଚିଥିଲା l ଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଙ୍କ ତତ୍ୱାବଧାନରେ ବହୁ ପୋଲିସ କର୍ମଚାରୀ,ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ, ଜନସାଧାରଣ ଓ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ସାଇବର ଅପରାଧ ନିୟନ୍ତ୍ରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପାରାଦୀପ ପୋଲିସ ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି) ସନ୍ତୋଷ କୁମାର ଜେନା ଯୋଗଦେଇ ଇଣ୍ଟରନେଟ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ ବ୍ୟବହାରର ନିୟମ, ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ, ଗେମିଙ୍ଗ ଆପ୍ଲିକେସନ, ଆର୍ଥିକ କାରବାର ଜନିତ ସୁରକ୍ଷା ସମେତ ବିଭିନ୍ନ ସାଇବର ଅପରାଧିକ ଶୋଷଣ ରୁ ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ l ଶେଷରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଟ୍ୟ ସଂସ୍ଥା ର କଳାକାର ମାନଙ୍କ ଦ୍ୱାରା ସଚେତନଧର୍ମୀ ପଥପ୍ରାନ୍ତ ନାଟକ ‘ସାଇବର ଠକ’ ପରିବେଷିତ ହୋଇଥିଲା l ଏହାପରେ ପୋଲିସ ନେତୃତ୍ୱରେ ଏହି ରଥ ପାରାଦୀପ ର ବିଭିନ୍ନ ବସ୍ତି ଓ କଲୋନୀ ରେ ବୁଲି ଜନସାଧାରଣ ଙ୍କୁ ସାଇବର ଠକାମୀ ରୁ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ପ୍ରଚାର କରିଥିଲା l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ