ପୈାର ପ୍ରଶାସନ ପକ୍ଷରୁ ଭତ୍ତା ଓ ଶ୍ରମିକ କାର୍ଡ ବଣ୍ଟନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ବିଶ୍ୱ ପରିବେଶ ଦିବସ ଅବସରରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ଭତ୍ତା ଓ ଶ୍ରମିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ହିଞ୍ଜିଳିକାଟୁ ପୈାର କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ତହସିଲଦାର ପ୍ରଭାତ କୁମାର ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଭତ୍ତା ବଣ୍ଟନ ଓ ଶ୍ରମିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଯୋଗ ଦେଇମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ବିବେଚିତ ୫୬ ଜଣ ହିତାଧିକାରୀ ଓ ୭୨ ଜଣ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ପରିଚାଳନା କରିଥିଲେ । ପୈାର କର୍ମଚାରୀ ସୁନିଲ ନାହାକ, ଏ ମୋହନ ଆଚାରୀ, ଇ କିଶାନ କୁମାର ପାତ୍ରଙ୍କ ସମେତ ବହୁ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।


