କଳା ମନ୍ଦିରର ନୂତନ କମିଟି ଗଠନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଧାରଣ ବୈଠକ ରବିବାର କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସାଧାରଣ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା।  ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବ ସମ୍ମତ ଭାବେ ସଭାପତି ମନୋନୀତ କରାଯାଇଛି । ଉପସଭାପତି- ପର୍ଶୁରାମ ସାହୁ, ସମ୍ପାଦକ- ଲିଙ୍ଗରାଜ ସେନାପତି, ଯୁଗ୍ମ ସମ୍ପାଦକ- ତରଣୀ କୁମାର ସାହୁଓ କୋଷାଧ୍ୟକ୍ଷ ଭାବେ ରଜନୀ କାନ୍ତ ସାହୁଙ୍କୁ ସର୍ବ ସମ୍ମତିରେ ମନୋନୀତ କରାଯାଇଛି । କାର୍ଯ୍ୟ କାରିଣୀ କମିଟି ସଦସ୍ୟ ଭାବେ ଓ୍ବାର୍ଡ ସଭ୍ୟା ରୁକ୍ମିଣୀ ବିଷୋୟୀ, ଦିଲୀପ ବୈଠାରୁ, ବିଶ୍ବମ୍ବର ସାହୁ, ସନ୍ଧ୍ୟାରାଣୀ ସାହୁ, ଗୌରୀ ରଥ, ଗୌରୀ ହରି ପୃଷ୍ଟି, ପ୍ରଭାକର ଦାସ,ତପସ୍ବୀନି ବେହେରା, ବସନ୍ତ କୁମାର ପଣ୍ଡା ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମନୋନୀତ କରାଯାଇଛି। ବରିଷ୍ଠ କଳାକାର ସତ୍ୟ ନାରାୟଣ ସାହୁ ୧୯୬୦ରୁ ପ୍ରତିଷ୍ଠିତ ଅନୁଷ୍ଠାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଏହାର ସୁପରିଚାଳନା ନିମନ୍ତେ ସହଯୋଗ କାମନା କରିଥିଲେ। ଏଥିରେ ଅଞ୍ଚଳର ବହୁ ବ୍ୟକ୍ତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ